ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ କ୍ଷରୁ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟମେଳା ଗ୍ରାମ୍ୟମୁଖି ପ୍ରଶାସକ ୫ଟି ପଦକ୍ଷେପ, ଜିଲ୍ଲା ପ୍ରଶାସନ, ଗଜପତିଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଗଜପତି କଳା ପରିଷଦ ଗୁରୁ ନୃସିଂହ ପ୍ରସାଦ ପାଢୀ ଏବଂ ତାଙ୍କ ସାଥିମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହାପରେ ମୁଖ୍ୟଅତିଥି ଏବଂ ସମ୍ମାନୀୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ମେଳାରେ ଗୋଷାଣୀ ଗୋଷ୍ଠି ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷ ଏନ୍‌.ବୀର ରାଜୁ, ଜିଲ୍ଲାପରିଷଦ ସଭ୍ୟା ନୀଳାବତୀ ପାରିଗା, ଜିଲ୍ଲାପରିଷଦ ସଭ୍ୟ ଏସ୍‌.ବାଲାରାଜୁ, ଡାକ୍ତର ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଏହା ସହ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ । ଆୟୋଜିତ ସ୍ୱାସ୍ଥ୍ୟ ମେଳା ସମ୍ପର୍କରେ ମଞ୍ଚାସୀନ ଅତିଥିମାନେ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଏହି ମେଳାରେ ସମସ୍ତ ପ୍ରକାର ରୋଗୀମାନଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ, ଔଷଧ ବଣ୍ଟନ, ବିଭିନ୍ନ ପରୀକ୍ଷଣ ଯଥା ଇସିଜି, ରକ୍ତ ପରୀକ୍ଷା ଆଦି କରାଯାଇଥିଲା । ଏଥିରେ ପ୍ରାୟ ୨ହଜାରରୁ ଉର୍ଦ୍ଧ ଲୋକେ ଯୋଗଦେଇଥିବାର ଜଣାପଡିଛି । ଏହି ମେଳାରେ ବିଭିନ୍ନ ବିଶେଜ୍ଞ ଡାକ୍ତରଙ୍କ ସମେତ ପ୍ରାୟ ୨୦ରୁ ଉର୍ଦ୍ଧ ଡାକ୍ତର ଡାକ୍ତରାଣୀ ଯୋଗଦେଇ ସୁଚାରୁ ରୂପେ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମ ଲାଗି ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧୀୟ ବିଭିନ୍ନ ଷ୍ଟଲମାନ ଖୋଲାଯାଇଥିବା ବେଳେ ଏଥିରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ଷ୍ଟଲମାନ ପରିଦର୍ଶନ କରି ପ୍ରଶଂସା କରିଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ ଗୁରାଣ୍ଡି ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢି ପରିଚାଳନା କରିଥିବା ବେଳେ ଏନ୍‌.ଶ୍ରୀନିବାସୁଲୁ, ଏମ.ଖଗେଶ୍ୱର ରାଓ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ