ବ୍ଲକ୍ ଡ଼ାଟା ଏଣ୍ଟ୍ରି ଅପରେଟର୍ ଙ୍କ ପ୍ଲାଜମା ଦାନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ପ୍ରବାସୀ ନିଜ ଭିଟାମାଟିକୁ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ କରୋନାର ତାଣ୍ଡବ ଆରମ୍ଭ ହୋଇଥିଲା | କିନ୍ତୁ ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀ, ପୋଲିସ୍, ଡାକ୍ତରଙ୍କ ପ୍ରଚେଷ୍ଟା ତଥା ଜନ ସାଧାରଣଙ୍କ ସହଯୋଗରେ ଗତ ଅଗଷ୍ଟ ମାସରୁ ଗଞ୍ଜାମରେ କରୋନା ସଂକ୍ରମଣର ହାର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ପାଇଁ ଗଞ୍ଜାମ ଉଦାହରଣ ପାଲଟିଛି | କରୋନା ମୃତ୍ୟୁ ହାରକୁ ରୋକିବା ପାଇଁ ଗଞ୍ଜାମରେ ପ୍ଲାଜମା ଥେରାପୀ ଆରମ୍ଭ କରାଗଲା ପରେ କରୋନାରୁ ସୁସ୍ଥ ହୋଇଥିବା ବହୁ ଜନ ସାଧାରଣ ତଥା କରୋନା ଯୋଦ୍ଧା ମାନେ ସ୍ୱତଃ ପ୍ରବୃତ୍ତ ଭାବେ ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କୁ ବଞ୍ଚାଇବାରେ ସହାୟକ ହୋଇଥିଲେ | ସେହିପରି ବେଲଗୁଣ୍ଠା ଯୋଗାଣ ବିଭାଗର ଜଣେ ଡ଼ାଟା ଏଣ୍ଟ୍ରି ଅପରେଟର୍ ନିଜର ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି | ସୂଚନା ପ୍ରକାରେ ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ବିଡିପୁର ନିକଟସ୍ଥ ମହୁଲପଲ୍ଲୀ ଗ୍ରାମର ଶ୍ରୀକାନ୍ତ ଜେନା (୨୦) ବେଲଗୁଣ୍ଠା ବ୍ଲକ୍ ଯୋଗାଣ ବିଭାଗରେ ଡ଼ାଟା ଏଣ୍ଟ୍ରି ଅପରେଟର୍ ଭାବେ କାର୍ଯ୍ୟ କରନ୍ତି | ଗତ ଜୁଲାଇ ମାସ ଦୁଇ ତାରିଖରେ ତାଙ୍କର ସ୍ୱାବ ରିପୋର୍ଟ୍ ପଜିଟିଭ ଆସିଥିବା ବେଳେ ସେ ଭଞ୍ଜନଗର କୋଭିଡ କେୟାର୍ ସେଣ୍ଟର୍ ରେ ଜୁଲାଇ ଆଠ ତାରିଖ ପର୍ଯ୍ୟନ୍ତ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ | କରୋନାରୁ ସୁସ୍ଥ ହେଲା ପରେ ଶ୍ରୀ ଜେନା ସେପ୍ଟେମ୍ବର ପାଞ୍ଚ ତାରିଖରେ ବ୍ରହ୍ମପୁର ବଡ଼ ମେଡିକାଲ ଯାଇ ପ୍ଲାଜମା ଦାନ ପାଇଁ ସାମ୍ପଲ୍ ଦେଇ ଆସିଥିଲେ |  ସେପ୍ଟେମ୍ବର ୨୫ ତାରିଖରେ ଶ୍ରୀ ଜେନା ବ୍ରହ୍ମପୁର ମେଡିକାଲକୁ ଯାଇ ନିଜର ପ୍ଲାଜମା ଦାନ କରିଥିଲେ | ଶ୍ରୀ ଜେନା ଏହିଭଳି କାର୍ଯ୍ୟକ୍ରମକୁ ବିଡିଓ ଶଶି ଭୂଷଣ ମହାପାତ୍ର, ତହସିଲଦାର ସରୋଜ କୁମାର ବେହେରା, ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୁରୀ ବେଲ୍ଲଗୁଣ୍ଠା ପ୍ରେସ କ୍ଲବ ସମେତ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀକାନ୍ତ ଙ୍କୁ ସାଧୁବାଦ ଜଣାଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ