ବ୍ଲକ୍ ସ୍ତରୀୟ ଏମ୍‌ଜିଏନ୍‌ଆର୍‌ଇଜିଏସ୍ ଜନ ଶୁଣାଣି ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ୍ ସମ୍ମିଳନୀ କକ୍ଷରେ ବ୍ଲକ୍ ସ୍ତରୀୟ ଏମ୍‌ଜିଏନ୍‌ଆର୍‌ଇଜିଏସ୍ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି, ରାଜ୍ୟ ପଞ୍ଚାୟତରାଜ୍ ଓ ପାନୀୟ ଜଳ ବିଭାଗ(ଓସାଟ୍‌)ର ମିଳିତ ସହଯୋଗରେ ଆୟୋଜିତ ଶିବିରରେ ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଜିଲ୍ଲା ନିର୍ବାହୀ ଅଧିକାରୀ କୁଶଳ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡିଓ ପ୍ରଦୀପ କୁମାର ସେଠୀ, ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଅମର କିଶୋର ସାହୁ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ୍ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ ଉପସ୍ଥିତ ରହି ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକାରୀ ହୋଇଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଭିଯୋଗ ଶୁଣାଣି କରିଥିଲେ । ଶିବିରରେ ବ୍ଲକ୍‌ର କାର୍ଯ୍ୟରତ ସମସ୍ତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ଭିଆର୍‌ପି ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ୍ କର୍ମଚାରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ