ବ୍ଲକ ଅଧ୍ୟକ୍ଷ ନକୁଳ ଦାସଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଲେ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତି ନକୁଳ ଚରଣ ଦାସ ଅସୁସ୍ଥ ଥିବା ଖବର ପାଇ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ତାଙ୍କ ଗୁଲନଗରସ୍ଥିତ ବାସଭବନରେ ଆଜି ପହଁଚି ଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ସଂଗ୍ରାମୀ ଶ୍ରୀ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କୁ ଏସମ୍ପର୍କରେ ଜଣାଇବା ସହ ଶ୍ରୀ ଦାସଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳଙ୍କ ସହିତ ଗୁଲନଗର ପଂଚାୟତର ସମିତିସଭ୍ୟ ଚିତ୍ତରଞ୍ଜନ ପୃଷ୍ଟି, ପୂର୍ବତନ ସମିତିସଭ୍ୟ ତ୍ରିଲୋଚନ ଦାସ, ଯୁବନେତା ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।