ବ୍ଲକ ଉପାଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ପ୍ରଗତିବାଳା

ବନ୍ତ, (ଚାନ୍ଦିନୀ ମହାନ୍ତି) : ସବୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ବନ୍ତ ବ୍ଲକର ଉପାଧ୍ୟକ୍ଷା ପଦବୀରେ ୧୬ନଂ. ଜିଲା ପରିଷଦ ଜୋନ୍ ଅଧିନ କେନ୍ଦୁଆପଦା ପଞ୍ଚାୟତର ସମିତି ସଭ୍ୟା ପ୍ରଗତିବାଳା ସ୍ୱାଇଁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ବ୍ଲକରେ ମୋଟ ୨୫ ଆସନ ମଧ୍ୟରୁ ୧୮ଟି ସମିତି ସଭ୍ୟ ଆସନ ବିଜେଡି ସମର୍ଥୀତ ପ୍ରାର୍ଥୀ ବିଜୟଲାଭ କରିଥିବା ବେଳେ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ବିଜେଡି ସମର୍ଥୀତ ସମିତି ସଭ୍ୟା ପ୍ରଗତିବାଳା ବ୍ଲକ ଉପାଧ୍ୟକ୍ଷା ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଉ କୌଣସି ସଭ୍ୟ ଉକ୍ତ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଶେଷରେ ନିର୍ବାଚନ ଅଧିକାରୀ ମଧୁସୂଦନ ନାୟକ ଶ୍ରୀମତୀ ସ୍ୱାଇଁଙ୍କୁ୍ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବୋଲି ଘୋଷଣା କରିଥିଲେ । ନିର୍ବାଚନ କାର୍ଯ୍ୟରେ ଏବିଡିଓ ନିଶିକାନ୍ତ ଖୁଣ୍ଟିଆ ଓ ଜିପିଇଓ ଜମାଦାର ମୁଣ୍ଡା ସହଯୋଗ କରିଥିଲେ । ଶ୍ରୀମତୀ ସ୍ୱାଇଁ ନିର୍ବାଚିତ ହେବା ପରେ ରାଜ୍ୟ ବିଜେଡି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ ମନରଞ୍ଜନ ଘଡେଇ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ସମସ୍ତ ସମିତି ସଭ୍ୟସଭ୍ୟାଙ୍କ ସମେତ ଭଣ୍ଡାରିପୋଖରୀ ନିର୍ବାଚନୀ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ଯୁବନେତା ଅକ୍ଷୟ ଦାସ, ପୂର୍ବତନ ବ୍ଲକ ଯୁବବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତୃତ୍ୱ ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ