ବ୍ଲକ କୃଷି ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ କୃଷି ଅଧିକାରୀ ଶ୍ରୀଧର ଦାସଙ୍କୁ ଆଜି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶ୍ରୀ ଦାସ ଏଠାରେ ପ୍ରାୟ ଦୁଇବର୍ଷ ହେବ ସଫଳତା ର ସହ କାର୍ଯ୍ୟ କରୁଥିବା ବେଳେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ମାନ ଅନୁଯାୟୀ ତାଙ୍କୁ ଜିଲ୍ଲା କୃଷି କାର୍ଯ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ରାଧାରମଣ ମହନ୍ତ ଆଜି ନୂତନ କୃଷି ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦାନ କରିଛନ୍ତି। ଦୁଇ ଅଧିକାରୀଙ୍କୁ ଆଜି କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗ୍ରାମ୍ୟ କୃଷି କର୍ମଚାରୀ ଶିବନାରାୟଣ ପାଣି ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଆତ୍ମାର ବୈଷୟିକ କମିଟି ଅଧ୍ୟକ୍ଷ ରଶ୍ମିଵାଳା ନାୟକ, ଭାରପ୍ରାପ୍ତ କୃଷି ଅଧିଦର୍ଶିକା ମମତା ମଞ୍ଜରୀ ସେଠୀ, ଗ୍ରାମ୍ୟ କୃଷି କର୍ମଚାରୀ ପ୍ରସାଦ କୁମାର ନାୟକ, ମାନସ କୁମାର ଜେନା, ସ୍ମୃତିରଞ୍ଜନ ରାଉତ, ତାରିଣୀ ପ୍ରସାଦ ନାୟକ ଅବିନାଶ ଜେନା, କୃଷକ ସାଥି ପ୍ରଫୁଲ୍ଲ ନାୟକ ପ୍ରମୁଖ ଉପସ୍ଥିତ ରହି ଦୁଇ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏଥିରେ ଆଖପାଖ ଅଞ୍ଚଳର ଚାଷୀ ମାନେ ଯୋଗଦେଇ ସଫଳତାର ସହିତ କାର୍ଯ୍ୟ କରିଥିବା ବ୍ଲକ କୃଷି ଅଧିକାରୀ ଶ୍ରୀ ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ସୁଦୀର୍ଘ ବୃତ୍ତିଗତ କାର୍ଯ୍ୟଦକ୍ଷତା କାମନା କରିଥିଲେ।