ବ୍ଲକ ମଙ୍ଗଳ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକଙ୍କ ଯାତାୟତ ପାଇଁ ଜାନ ବାହାନର ସୁବିଧା ନଥିବାରୁ ଲୋକେ କାହିଁ କେତେ ଦୂରରୁ ଚାଲି ଚାଲି ଆସି ଜିପ ଯୋଗେ ଜିବନକୁ ମରଣ ସହ ବାଜି ଲଗାଇ ଉପର ତଳ ବସି ଆସୁଥିଲେ ତାହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାଙ୍କୁ ବିଜୁ ବାବୁଙ୍କ ନାମରେ ବିଜୁ ଗାଁ ଗାଡି ବଣ୍ଟନ କରିଥିଲେ। ଏହାକୁ ଖୋଦ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ହାଇସ୍କୁଲ ପଡିଆରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ବିଜୁ ଗାଁ ଗୁଡ଼ିକର ସୁରକ୍ଷା ଦାୟିତ୍ୱ ବିଡିଓଙ୍କ ହାତରେ ଥିବା ବେଳେ ତାହାକୁ ବ୍ଳକ ମଙ୍ଗଳ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେହି ଗାଡି ଗୁଡିକୁ ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ଚଳାଇ ଦୁଇ ପଇସା ରୋଜଗାର କରିବା ପାଇଁ ଏସଏଚଳି ମା’ ମାନଙ୍କୁ ଯୋଗାଇ ଦିଆଯାଇଥିଲା । ମୋହନା ବ୍ଲକକୁ ୪ଟି ଗାଡି ମିଳିଥିବା ବେଳେ ଦୁଇଟି ଗାଡି ରକ୍ଷଣ ବେକ୍ଷଣଅଭାବରୁ ଏବଂ ବ୍ଲକ ପ୍ରଶାସନ ଅବହେଳା ପାଇଁ ବ୍ଲକ କଲୋନୀ ଭିତରେ ଖତଖାଉଛି । ଆଉ ଦୁଇଟି ଗାଡି ୨୦୧୬ ମସିହାରୁ ଜୀବନଜ୍ୟୋତି ମହିଳା ମଣ୍ଡଳ ଗାଡି ନ” (ଓଡି ୨୦ ୧୮୫୭) ବିଜୟାପୁର ଗ୍ରାମର ଏକ ଗାଡି ଚଲାଉ ଥିବାବେଳେ ଅନ୍ୟ ଏକ ପଦ୍ମିନି ମହିଳା ମଣ୍ଡଳତରାମାଳ ଗାଡି ନଂ ( ଓଡି ୨୦ ୧୮୫୮) । ଏହି ଦୁଇଟି ମହିଳା ମଣ୍ଡଳ ବ୍ଲକ ଅଧିକାରୀଙ୍କ ଠାରୁ ଗୀତି ନେଇ ବକାରରେ ଗାଡି ଚଲାଉଥିବା ପବନପୁତ୍ର ଏଜେନ୍ସିକୁ ପ୍ରଦାନ କରିଥିଲେ । ଯାହା ଦ୍ଵାରା କି ମାସକୁ ଦୁଇଟି ଗ୍ରୁପକୁ ଲାଭ ହିସାବରେ ୨ ହଜାରରୁ ୨୫ ଶହ ଗାଡି ଚଲାଉଥିବା ମାଲିକ ଏବଂ ବ୍ଲକକୁ ଦେଉଥିଲେ ଟଙ୍କା ଦେଉଥିଲେ । ମାସିକ କିସ୍ତି ଦୁଇଟି ଗାଡିର ୫୦ ହଜାର ହେଲେ । ଆଜିକୁ ୪ ରୁ ୫ ବର୍ଷ ବିତିଗଲାଣି ଗାଡିରେ ମରାମତି ହୋଇଥବା, ଆବଶ୍ୟକ ସାମଗ୍ରୀ କିଣିବାରେ ଖର୍ଚ୍ଚ ହୋଇ ସାରିଲାଣି ୫୦ ରୁ ୬୦ ଲକ୍ଷା କିନ୍ତୁ ଗୋଟେ ମଧ୍ଯ ବିଲ ପାସ କରୁ ନାହାନ୍ତି ବ୍ଲକ ମଙ୍ଗଳ ଅଧିକାରୀ । ଏପରିକି କୋଭିଡ କଟକଣା ପାଇଁ ଗାଡି ଗୁଡିକ ଛିଡା ହୋଇ ରହିଥିଲେ ମଧ୍ୟ ବ୍ଳକ ମଙ୍ଗଳ ଅଧିକାରୀ ତାହାର କୌଣସି ତଦାରଖ କରିନଥିଲେ। ତେଣୁ କ୍ଷତି ସହି ଗାଡି ଚଲାଇ ଆସୁଛନ୍ତି ପବନପୁତ୍ରଏଜେନ୍ସି । ଦୁଇଟି ଗାଡିର ଆଜକୁ ପ୍ରାୟ ୮ ମାସ ବିତିଲାଣି । ଏହାର ଇନସୁରାନ୍ସ, ଫିଟିନେସ, ପରମିଟ ନାହିଁ। ପଲ୍ୟୁସନ ସରିଯାଇଥିବାରୁ କନ୍ଧମାଳ ଆର.ଟି.ଓ ୨୨ ହଜାର ଟଙ୍କା ଜରିମାନା | ପକାଇଥିଲେ । ସେହି ଟଙ୍କା ଗାଡ଼ି ମାଲିକ ହାତରୁ | ପୈଠ କରିଥିଲେ । କିନ୍ତୁ ବ୍ଳକ ମଙ୍ଗଳ ଅଧିକାରୀ ରଞ୍ଜନ ଜେନା, ପୂର୍ବ ବିଡିଓ ବଂଶଧର ଖୋସଲାଙ୍କୁ ବହୁବାର ମହିଳା ମଣ୍ଡଳ ଲିଖିତ ଭାବେ ଜଣାଇଥିଲେ | ଗାଡିର କାଗଜ ପତ୍ରା ଠିକ କରିବା ସହ ଗାଡି | ବାବଦରେ ଖର୍ଚ୍ଚ ହୋଇଥିବା ଟଙ୍କା ଦେବାକୁ । ତେବେ ଆଜକୁ ଗୋଟିଏ ବର୍ଷ ବିତିଗଲା ପରେ | ବି କୌଣସି ସୁଫଳ ମିଳିପାରିନି। ପରିବହନ ବିଭାଗ | ମାସକୁ କୋଟି କୋଟି ଟଙ୍କା ଜରିମାନା ଆଦାୟ କରୁଛନ୍ତି । କିନ୍ତୁ ସରକାରୀ ଗାଡିରେ ହିଁ କାଗଜ ପତ୍ର ଠିକ୍ ହୋଇପାରୁନି। ଅନ୍ୟପଟେ ଋଣ ଭାର ବଢିବାରେ ଲାଗିଛି କିନ୍ତୁ ଖର୍ଚ୍ଚ ହୋଇଥିବା ଟଙ୍କା ମିଳିପାରୁନି ଗାଡି ଚଲାଉଥିବା ମାଲିକଙ୍କୁ । ଏହି ବିଷୟରେ ପରିବହନ ବିଭାଗ ଦାୟିତ୍ଵରେ ଥ‌ିବା ଉପଜିଲ୍ଲାପାଳ ଦିଲିପ ମହାରଣାଙ୍କୁ ଯୋଗାଯୋଗ କରିଥିଲେକରିଥିଲେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ