ବ୍ଲକ ସ୍ତରୀୟ ବାର୍ଷିକ ଶିଶୁ ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଅଢାଳପଙ୍କସ୍ଥିତ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ବ୍ଲକ ସ୍ତରୀୟ ବାର୍ଷିକ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଓଷ୍ଟା ଉପ ସଭାପତି ସୁମତୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମଞ୍ଜୁଳାବାଳା ନାୟକ, ମୁଖ୍ୟ ବକ୍ତା ଭାବେ ଓଷ୍ଟାର ପ୍ରାକ୍ତନ ସାଧାରଣ ସମ୍ପାଦକ ରଘୁନାଥ ସାହୁ, ସମ୍ମାନୀତ ଅତିଥି ଭାବେ ଏବିଇଓ ହରେକୃଷ୍ଣ ଆପଟ, ରାଜ୍ୟ ଓଷ୍ଟା ସହ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଦାଶ, ଜିଲା ଓଷ୍ଟା ଉପସଭାପତି ସୁବଳ ଚରଣ ପତ୍ରି, ଆଡିଆ ସରପଞ୍ଚ ମୀନା କୁମାରୀ ଜେନା, ହାଇସ୍କୁଲର ପ୍ରଧାନ ଶିକ୍ଷକ ବନଲତା ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଧୁସୂଦନ ଶଂଖୁଆ, କାର୍ଯ୍ୟକାରୀ କମିଟି ସଭ୍ୟ ମନୋରଂଜନ ପଣ୍ଡା ଯୋଗ ଦେଇ ଶିଶୁ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକ ଓଷ୍ଟା ସମ୍ପାଦକ ଶଶୀ ଶେଖର କରଶର୍ମା ସ୍ୱାଗତ ଭାଷଣ, ଆଲୋକ କୁମାର ମୁଖାର୍ଜୀ ମଞ୍ଚ ପରିଚାଳନା, ଶ୍ରୀକାନ୍ତ କୁମାର ପଣ୍ଡା ପରିଚୟ ପ୍ରଦାନ, ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ୧୮ ବିଦ୍ୟାଳୟରୁ ୧୨୩ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ୧୦ ବିଭାଗର ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ଅଲେଖ ଚନ୍ଦ୍ର ନାୟକ, ଭାସ୍କର ପାଢୀ, ପର୍ଶୁରାମ ନାୟକ, ଅଜୟ ପୃଷ୍ଟି, ଚତୁର୍ଭୁଜ ପହି, ନାରାୟଣ ରାଉତ, ପ୍ରଫୁଲ୍ଲ କର, ରବିନ୍ଦ୍ର ଜେନା, ରମେଶ ପ୍ରସାଦ କର, ହୃଷିକେଶ ମିଶ୍ର, ରଞ୍ଜନ ଜେନା ଦାୟୀତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଶାଲତା ରାଜ, ପ୍ରାଚୀପ୍ରଭା ନାୟକ, ସସ୍ମିତା ଦାସ, ପ୍ରଫୁଲ୍ଲ ଜେନା, ନିତ୍ୟାନନ୍ଦ ସାମଲ, ବୀଣାପାଣି ବେହେରା, ମମତାମୟୀ ମହାରାଜଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


