ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ, ପରିବେଶ ମେଳାରେ ୧୦୧ ପ୍ରକଳ୍ପ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ବାଲୋସ୍ଥିତ ବାଲୁକେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ, ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସାବିତ୍ରୀ ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ଭଦ୍ରକ କଲେଜର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ କମଳାକାନ୍ତ ଜେନା, ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟା ଜ୍ୟୋତ୍ସ୍ନାରାଣୀ ବାରିକ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର, ବାଲୁକେଶ୍ୱର ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ପେଡି, ବ୍ଲକ ବିଜ୍ଞାନ ସଂଯୋଜକ ଶଶୀ ଶେଖର କରଶର୍ମା, ସିଆରସିସି କରୁଣାକର ନାୟକ, ପରିଚାଳନା କମିଟିର ଅଧ୍ୟକ୍ଷ ବୃନ୍ଦାବନ ବାରିକ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ରମାକାନ୍ତ ଜେନା ମଞ୍ଚ ପରିଚାଳନା ଓ ଅଭୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ପଦ୍ମନାଭ ବିନ୍ଧାଣୀ,ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ତାରାକାନ୍ତ ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ବ୍ଲକ ସାଧନ ସଂଯୋଜକ ରବି ନାରାୟଣ ପରିଡା, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଅମୂଲ୍ୟ କୁମାର ମିଶ୍ର ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାସ୍କର ଚନ୍ଦ୍ର ପାଢୀ, ଧର୍ମେନ୍ଦ୍ର ନାରାୟଣ ଜେନା, ପ୍ରଣୟ ସିଂହ, ଅନିରୁଦ୍ଧ ଜେନା, ସନାତନ ଦାସ, ଅମୂଲ୍ୟ ଦାସ, ଅଶୋକ ଦାସ, ଉପେନ୍ଦ୍ର ବିଶ୍ୱାଳ, ନରେନ୍ଦ୍ର ସାହୁ, ସୁଧିର ରାଉତ, ଅନିରୁଦ୍ଧ ମଂଗଳ, ନିରଂଜନ ରାଉତ, ସତ୍ୟ ଦାସ, ଗିରିଜା ଲେଙ୍କା, ପ୍ରକାଶ ଜେନା, ଶ୍ରୀଧର ପଣ୍ଡା, ଅମରେନ୍ଦ୍ର ଦାସ, ମନୋରଂଜନ ଦାସ, ପ୍ରଫୁଲ୍ଲ ନାୟକ, ସନ୍ତୋଷ ଜେନା, ନରେନ୍ଦ୍ର ବାରିକ, କାର୍ତ୍ତିକ ପଣ୍ଡା, ସନ୍ତୋଷ ମଲ୍ଲିକ, ଶରତ ନାୟକ, ସମରେନ୍ଦ୍ର ନାୟକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସିଆରସିସି ମନୋଜ ରାଉଳ, ରାଜେନ୍ଦ୍ର ବେହେରା, ପରେଶ ପରିଡା, କୁଳପ୍ରଭା ସୁଆର, କଳ୍ପନା ରାଉଳ, ସୁକାନ୍ତ ବେହେରା, ସୁଧିର ବାରିକ, ଜଗତଜୀବନ ଜେନା,ଦେବବ୍ରତ ଦାଶ, ବିକ୍ରମ କେଶରୀ ପାଲ, ରାମ ଚନ୍ଦ୍ର ଜେନା, ପ୍ରଫୁଲ୍ଲ ଜେନା, ପ୍ରଫୁଲ୍ଲ ନାୟକ, ବନମାଳୀ ନାୟକ, ବଳରାମ ଭୂୟାଁ, ଭରତ ଓଝା, ହଳଧର ସେଠୀ ଙ୍କ ସମେତ ବିଜ୍ଞାନ ମେଳା ପରିଚାଳନା କମିଟିର ସମସ୍ତ ସଭ୍ୟାସଭ୍ୟ, ବାଲୁକେଶ୍ୱର ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ସହାୟତା କରିଥିଲେ । ଏଥିରେ ମୋଟ ୧୦୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।