ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଲକସ୍ଥିତ ରୋହିଆ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ମାଗୁଣୀ ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସମଗ୍ର ଶିକ୍ଷାର ବ୍ଲକ ସଂଯୋଜକ ବାଇଧର ତ୍ରିପାଠୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହୁରା,ପବିତ୍ର କୁମାର କର,ବିଜ୍ଞାନ ବ୍ଲକ ସମ୍ପାଦକ ନିରଞ୍ଜନ ମହାନ୍ତି, ରୋହିଆ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ରାଉତ, ବଛାଳୋ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ମିନାକ୍ଷୀ ସେନାପତି, ସିଆରସିସି କମଳଲୋଚନ ନାୟକ, ସାରଦା ପ୍ରଶନ୍ନ ଓଝା,ରଶ୍ମିରଞ୍ଜନ ମଲ୍ଲିକ, ବରିଷ୍ଠ ଶିକ୍ଷକ କୃତିବାସ ରାଉତ, ବ୍ରହ୍ମାନନ୍ଦ ସାହୁ, ରୋହିଆ ସମିତି ସଭ୍ୟ ପଦ୍ମଚରଣ ରାଉତ,ସରପଂଚ ଶିବବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୧୪ତାରିଖରେ ହେବାକୁ ଥିବା ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ କିପରି ଅଧିକରୁ ଅଧିକ କୁନି ବୈଜ୍ଞାନିକମାନେ ଭାଗ ନେଇ ପାରିବେ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ସିଆରସିସି ସହଦେବ ସେଠୀ ଧନ୍ୟବାଦ ଅର୍ପଣ କରିବା ସହିତ ବିଜ୍ଞାନ ମେଳାକୁ ସଫଳ କରିବା ପାଇଁ ନିବେଦନ କରିଥିଲେ ।