ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରଶିକ୍ଷଣ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ତରଫରୁ ବିଭିନ୍ନ ଜିଲ୍ଲା ତଥା ବ୍ଲକ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ନେଇ ଯୋଜନା ଆରମ୍ଭ ହୋଇଛି । ଏହି କ୍ରମେ ବୁଧବାର ଗଞ୍ଜାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ତରଫରୁ ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପକୂଳବର୍ତ୍ତୀ ଅଂଚଳରେ ବନ୍ୟା, ବାତ୍ୟା, ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପୂର୍ବ ପ୍ରସ୍ତୁତି ସହିତ ଏଥିପାଇଁ କିପରି ଯୋଜନା କରାଯିବ ସେନେଇ ଆଲୋଚନା ହୋଇଥିଲା । ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ଓସଡେମା ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅବନୀ କାନ୍ତ ଭୁୟାଁ, ଜିଲ୍ଲା ସଂଯୋଜକ ଜୀବନ୍ତ କୁମାର ଛିଂଚାଣୀ, କାମଧେନୁ ସେବା ସମିତିର ସମ୍ପାଦକ ଟୁନା ମହାରଣା ଏହି ଶିବିରକୁ ପରିଚାଳନା କରିଥିବା ବେଳେ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକ, ଜିପିଇଓ ଅଶୋକ ଦାଶ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ୟ କେନ୍ଦ୍ର ର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ ସିମାଂଚଳ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।