ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ଉଦେଶ୍ୟରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ଋଣ ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିଥାନ୍ତି l ଏହି ଅବସର ରେ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ରବିବାର ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଓଡିଶା ଜୀବିକା ମିଶନ ର ବ୍ଲକ ସଂଯୋଜିକା ମାନିନୀ ଜେନା ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବ୍ଲକ ର 146 ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ 3କୋଟି 27ଲକ୍ଷ 80ହଜାର 12ଟି ବ୍ୟାଙ୍କ ସହାୟତା ରେ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଏମଆଇ ଜୟରାମ ଲେଙ୍କା, ଜିପିଇଓ ଅଶୋକ କୁମାର ଦାଶ, ମିଶନ ଶକ୍ତି ର ବ୍ଲକ ପ୍ରକଳ୍ପ ସଂଯୋଜକ ସନାତନ ସାହୁଙ୍କ ଉପସ୍ଥିତ ରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଋଣ ନିମନ୍ତେ ଚେକ ପ୍ରଦାନ କରାଯାଇଥିଲା l ଏଥିରେ ସମସ୍ତ ବ୍ୟାଙ୍କ ର ଅଧିକାରୀ, ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l


