ଶାସ୍ତ୍ରୀୟ ଭାଷାକୁ ନେଇ ବୃତ୍ତି କରିବାର ସୁଯୋଗ ଅଛି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜା ମଧୁସୂଦନ ଦେବ ଡ଼ିଗ୍ରୀ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ପ୍ରଥମବର୍ଷର ପିଲାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ ବାର୍ଷିକ ପାଠଚକ୍ରର ଆୟୋଜନ କରାଯାଇଥିଲା । ଏଥିରେ ଶାସ୍ତ୍ରୀୟ ଓଡ଼ିଆଭାଷା ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ତାଙ୍କର ସାରଗର୍ଭକ ଭାଷଣ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଅନେକ ଆଲୋଡ଼ନ ସୃଷ୍ଟି କରିଥିଲେ । ଶାସ୍ତ୍ରୀୟ ଭାଷାରେ ଅନେକ ସୁଯୋଗ ରହିଥିଲେ ମଧ୍ୟ ପିଲାମାନେ ଭାଷାକୁ ଛାଡ଼ି କମ୍ପୁଟର ପିଛା ଧାଇଁବା ଛାଡ଼ି ଭାଷାକୁ ନେଇ ବୃ୍‌ତ୍ତି ଭାବରେ କାମ କରାଯାଇପାରିବ । ଅନେକ ପ୍ରକାର ଗବେଷଣା ସହିତ ନୂତନତା ଓ ଅନୁବାଦ ଶାସ୍ତ୍ରୀୟ ଭାଷାକୁ ଅଧିକ ମର୍ଯ୍ୟାଦା ପ୍ରଦାନ କରିବ ବୋଲି ସେ ତାଙ୍କର ବକ୍ତବ୍ୟରେ କହିଥିଲେ । କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ପାଠଚକ୍ର ଓ ସ୍ୱାଗତ ସମ୍ବର୍ଦ୍ଧନାରେ ପିଲାମାନଙ୍କୁ ସମ୍ବର୍ଦ୍ଧିତ କରି ଓଡ଼ିଆଭାଷା ଓ ସାହିତ୍ୟ ବିଭାଗ କଲେଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିବାରୁ ମୁଁ ବିଭାଗର ମୁଖ୍ୟ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଅନେକ ସାଧୁବାଦ ଜଣାଇଥିଲେ । ସାହିତ୍ୟ ସମସ୍ତଙ୍କ ମନ ହରଣ କରେ । ସେହିପରି ଆମ କଲେଜରେ ଓଡ଼ିଆ ବିଭାଗର ଗୌରବର କଥା ସବୁଆଡ଼େ ପଚାରିତ । କଲେଜର ଉପାଧ୍ୟକ୍ଷ ଡ. ହଟକେଶ୍ୱର ସେନାପତି ସାହିତ୍ୟ ଓ ଶିକ୍ଷା ଦୁହେଁ ଯୋଡ଼ି ହୋଇ ରହିଥିବାରୁ କେହି କାହାର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ନ କରିବା କଥା । ସାହିତ୍ୟ ମାଧ୍ୟମରେ ଶିକ୍ଷା ଓ ଶିକ୍ଷା ମାଧ୍ୟମରେ ସାହିତ୍ୟ ବହୁତ ଆଗକୁ ଯାଇପାରିବ ବୋଲି ସେ ତାଙ୍କର ବକ୍ତବ୍ୟରେ ପିଲାମାନଙ୍କୁ ସମ୍ବୋଧିତ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡ. ରମେଶ ଚନ୍ଦ୍ର ବେହେରା ଭାଷା ହେଉଛି ଏକ ମାଧ୍ୟମ । ଭାଷା ମାଧ୍ୟମରେ ଜ୍ଞାନର ପ୍ରଚାର ହୋଇଥାଏ । ଭାଷାକୁ ନେଇ ଅନେକ ପ୍ରକାର ଅବଜ୍ଞା ଭାବ ଓଡ଼ିଶାରେ ଦେଖାଯାଉଥିଲେ ମଧ୍ୟ ଭାଷା ଉପରେ ବହୁତ ଗବେଷଣା ଏଠାରେ କରାଯାଇପାରିବ । ପିଲାଙ୍କୁ ଉତ୍ସାହିତ କରିବା ପାଇଁ ସେ ଅନେକ ପ୍ରକାର ଗବେଷଣା ସହିତ ନିଜ ପୁସ୍ତକର କଥା କହି ତାଙ୍କର ବକ୍ତବ୍ୟରେ ପିଲାମାନଙ୍କୁ ମୁଗ୍‌ଧ କରିଥିଲେ । ଓଡ଼ିଆ ବିଭାଗର ଅଧ୍ୟାପିକା ଡ. ସ୍ୱର୍ଣ୍ଣପ୍ରଭା ଦାସ ପିଲାମାନଙ୍କ ଦ୍ୱାରା ରଚିତ ପ୍ରବନ୍ଧ ପାଠ କରାଇଥିଲେ । ପିଲାମାନେ ଅନେକ ପ୍ରକାର ସୃଜନଶୀଳତାର ପ୍ରୟାସ ଦେଖାଇଥିଲେ । ବାଣିଜ୍ୟ ବିଭାଗର ଅଧ୍ୟାପିକା ଗାର୍ଗି ବାନାର୍ଜୀ ସାହିତ୍ୟ ଓ ବାଣିଜ୍ୟ ମଧ୍ୟରେ ସମନ୍ୱୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ପିଲାମାନଙ୍କ ତରଫରୁ ସୁଶ୍ରୀ ଶାନ୍ତିଲତା ମାଇତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଶ୍ରୀ ଶୁଭସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ । ପିଲାମାନଙ୍କ ତରଫରୁ ସ୍ୱାଗତ ସଙ୍ଗୀତ ଓ ସ୍ୱାଗତ ଉତ୍ସବକୁ ଖୁବ୍ ଧୁମ୍‌ଧାମରେ ପାଳନ କରିଥିଲେ । ଏଥିରେ ବିଭାଗର ସବୁ ପିଲାମାନଙ୍କ ସହିତ ଅଧ୍ୟାପିକା ଓ ଅଧ୍ୟପକମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ