ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରୁଥିବା ଖାଦ୍ୟ

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ସୁଗାର ସମସ୍ୟା ସାଧାରଣ ହୋଇଗଲାଣି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ୫ଟି ଘରୋଇ ଉପାୟ ସଂପର୍କରେ ଜାଣନ୍ତୁ –
ଭେଣ୍ଡି: ରାତିରେ ୪-୫ଟି ଭେଣ୍ଡିକୁ କାଟି ଏକ ପାଣିଥିବା କାଚପାତ୍ରରେ ରଖନ୍ତୁ। ସକାଳୁ ସେହି ପାଣିକୁ ଛାଣି ପିଅନ୍ତୁ। ଏହା ସୁଗାରକୁ ନିୟନ୍ତ୍ରଣ କରିଥାଏ ।
ନିମ୍ବପତ୍ର: ନିମ୍ବପତ୍ର ବା ଗିଲୋହିକୁ ପ୍ରତିଦିନ ଖାଆନ୍ତୁ। ଏହାଦ୍ୱାରା ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣରେ ରହିବ। ନିମ୍ବପତ୍ରକୁ ରୋଷେଇ କରି ମଧ୍ୟ ଖାଇପାରିବେ।
ଜାମୁ: ଜାମୁ ହେଉଛି ଏକ ଏପରି ଗଛ ଯାହାର ପତ୍ର, ଫଳ, ଫୁଲ ସବୁ ସୁଗାରକୁ ନିୟନ୍ତ୍ରଣ କରିବା ଲାଗି ଉପାଦେୟ ସାବ୍ୟସ୍ତ ହୋଇଥାଏ। ଜାମୁକୋଳିର ମଞ୍ଜିକୁ ଶୁଖାଇ ଗୁଣ୍ଡ କରି ରଖନ୍ତୁ। ପ୍ରତିଦିନ ଖାଲିପେଟରେ ସେହି ଗୁଣ୍ଡକୁ ଖାଆନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦିନକୁ ୨ ଥର ବି ଏହି ଗୁଣ୍ଡକୁ ଖାଇପାରିବେ।
ଘିକୁଆଁରୀ: ଘିକୁଆଁରୀ ମଧ୍ୟ ମଧୁମେହ ରୋଗ ପାଇଁ ଏକ ଭଲ ଖାଦ୍ୟ ବୋଲି କୁହାଯାଇପାରେ। ଏହାକୁ ଆପଣ କଞ୍ଚା ଖାଇପାରିବେ। ନହେଲେ ତାର ଜୁସ୍ କରି ପିଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ