ବ୍ଲାକବେଲ୍ଟ କରାଟେ ଏଚିଭରଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) : ଫିଟ ଟୁ ଫାଇଟ କରାଟେ ସେଣ୍ଟରର ପ୍ରଥମ ଏଚିଭର ଭାବେ ବ୍ଲକ ବେଲ୍ଟ ହାସଲ କରିଥିବା ୪ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେମାନେ ହେଲେ ସତ୍ୟବ୍ରତ ଉପାଧ୍ୟାୟ, ଜୟଦେବ ଭଟ୍ଟାଚର୍ଯ୍ୟ, ସ୍ନେହ ବେରା ଓ ସ୍ନେହ ମିଶ୍ର । ଏହି ସେଣ୍ଟର ୨୦୧୬ ମସିହାରେ ସ୍ଥାପନ ହୋଇଥିବା ବେଳେ ଇତିମଧ୍ୟରେ ବହୁ ଛାତ୍ରଛାତ୍ରୀ ଏଠାରୁ ଶିକ୍ଷା ଗ୍ରହଣ କରିଛନ୍ତି । ସୁନ୍ଦର ସ୍ୱାସ୍ଥ୍ୟ ଗଠନ ସାଙ୍ଗକୁ ବିପଦବେଳେ ଆତ୍ମରକ୍ଷା ପାଇଁ କରାଟେ ଶିକ୍ଷାର ଆଦର ଏବେ ବଢ଼ିଥିବା ବେଳେ ଫିଟ ଟୁ ଫାଇଟ କରାଟେ ସେଣ୍ଟରର ପ୍ରତିଷ୍ଠାକୁ ଅଭିଭାବକମାନେ ବେଶ ପସନ୍ଦ କରିଛନ୍ତି । ନିଜର ପିଲାଙ୍କୁ ଆଣି ଏଠାରେ ନାମଲେଖାଇ ପ୍ରଶିକ୍ଷଣ ଦେଉଛନ୍ତି । ଏଠାରୁ ଶିକ୍ଷା ପାଇ ଛାତ୍ରଛାତ୍ରୀମାନେ ଜିଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ସହ ବାଲେଶ୍ୱର ପାଇଁ ଗୌରବ ଆଣିପାରିଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।