ବ୍ଳକ ବିଜେଡି ପକ୍ଷରୁ ମେଗା ରକ୍ତ ଦାନ ଶିବିର

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ ବ୍ଳକ ଲକ୍ଷ୍ମୀପୁର ବହୁମୁଖୀ ବାତ୍ଯା ଆଶ୍ରୟସ୍ଥଳ ରେ ସୋମବାର ଦିନ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଜୀବନ ବିନ୍ଦୁ, ଶେରଗଡ ବିଜେଡି ପକ୍ଷରୁ ଆୟୋଜିତ ରକ୍ତ ଦାନ ଶିବିର ରେ ବିଜୁ ଜନତା ଦଳ ର କର୍ମକର୍ତ୍ତା, ଓ ବହୁ ବଦାନ୍ଯ ବ୍ଯକ୍ତି ରହି ରକ୍ତ ଦାନ କରିଥିଲେ। ଶେରଗଡ ବ୍ଳକ ବିଜେଡି ର ସମସ୍ତ ନେତା ମାନଙ୍କ ମଧ୍ଯରେ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ଯ ଚିତ୍ତରଂଜନ ପାଣିଗ୍ରାହୀ, ବରିଷ୍ଠ ନେତା ହୀନ ବେହେରା, ହୃଷୀକେଶ ପାଢୀ, ରାଜ୍ଯ ଉପସଭାପତି ଦେବାନନ୍ଦ ମହାପାତ୍ର,କୁରୁଳା ସରପଂଚ ଭୀମସେନ ଚୌଧୁରୀ, ଅଶୋକ କୁମାର ସ୍ବାଇଁ, ପ୍ରମୋଦ କୁମାର ପାତ୍ର, ରଞ୍ଜନ ସେଠୀ, ଗୌରହରି ବିଷୋୟୀ, ଶ୍ରୀଦୀପ ମହାପାତ୍ର, ମେଘନାଦ ଦାସ,ଶେରଗଡ ସମିତିସଭ୍ୟାସବିତାରାଣୀ ଚୌଧୁରୀ, ସମୀର ପ୍ରଧାନ, ବିଭୂ ପ୍ରସାଦ ଦାଶ, କାମରାଜୁ ଭୂୟାଁ,ହୀନ ପ୍ରଧାନ, ହରି ଡାକୁଆ ସମେତ ଉପସ୍ଥିତ ରେ ରକ୍ତ ଦାନ ଶିବିର କୁ ଶୁଭାରମ୍ଭ କରାଯାଇଥିଲା। ମୋଟ ୧୧୧ ଟି ରକ୍ତ ୟୁନିଟ ସଂଗ୍ରହ କରାଯାଇଥିଲା। ବିଜେଡି କର୍ମୀ ନେତା ମାନେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ହେତୁ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଶିବିରରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଡାକ୍ତର ଦଳ ରହି ୧୧୧ ଟି ୟୁନିଟ ରକ୍ତ ସଂଗ୍ରହ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ