ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ କାର୍ଯ୍ୟରେ ବାଧା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ଠିକା କର୍ମଚାରୀ ସଂଘର ଆହ୍ୱାନକ୍ରମେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଫେବୃଆରୀ ୧ରୁ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଠିକା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ଚେତାବନୀ ଦେଇଛି । ଦୀର୍ଘ ୯ଦିନ ହେବ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରିବା ଯୋଗୁ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି । ଉକ୍ତ ବ୍ଳକରେ ଆକାଉଂଟାଟ କମ୍ ସପୋର୍ଟ ଷ୍ଟାପ ଭାବେ ଅମୀୟ ରଂଜନ ସାହୁ, ରାକେଶ ଜେନା, ରୋଜାଲିନ ସାସମଲ ଓ ଏମଆଇଏସ ଭାବେ ରୋଜାଲିନ ଜେନା କାର୍ଯ୍ୟ ବନ୍ଦ କରିଥିବା ଜଣାଯାଇଛି । କାର୍ଯ୍ୟ ବନ୍ଦ ଯୋଗୁ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନରେ ଥିବା ଲେବୁଲ ଏକ୍ସ କ୍ୟାଡର ଶିକ୍ଷକ ୩୬ଜଣ, ପାର୍ଟ ଟାଇମ ଇନଷ୍ଟ୍ରକ୍ଟର ୧୨ ଜଣ, ଅନ୍ତର୍ଭୂକ୍ତ ଶିକ୍ଷା ସ୍ୱେଚ୍ଛାସେବୀ ୪ଜଣ, ଗଣଶିକ୍ଷକ ୧ଜଣ, କନିଷ୍ଠ ଶିକ୍ଷକ ୫ଜଣ ସମୁଦାୟ ୫୮ଜଣଙ୍କର ଜାନୁଆରୀ ମାସର ଦରମା ମିଳି ନଥିବା ଜଣାଯାଇଛି । କେବଳ ଦରମା ମିଳି ନାହିଁ ନୁହେଁ ଉକ୍ତ କାର୍ଯ୍ୟାଳୟର ବିଲ୍ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ହୋଇପାରୁନାହିଁ । ଏପରିକି କେତେକ ଶିକ୍ଷକ ନିଜର ଆର୍ଥିକ ସମସ୍ୟା ଯୋଗୁ ବ୍ୟାଙ୍କରୁ ଋଣ କରିଥିବା ବେଳେ ଦରମା ବନ୍ଦ ଯୋଗୁ ଠିକ ସମୟରେ ଋଣ ମଧ୍ୟ ପୈଠ କରି କରିପାରୁନାହାନ୍ତି । ଯାହାଫଳରେ ସେମାନଙ୍କର ଚେକ ବାଉନ୍ସ ହୋଇଯାଇଥିବା ନାମ ଉହ୍ୟ ରଖି ପ୍ରକାଶ କରିଛନ୍ତି । ଯଦି ଠିକା କର୍ମଚାରୀଙ୍କର ଆନ୍ଦୋଳନ ଜାରି ରୁହେ ତେବେ କାର୍ଯ୍ୟରେ ବାଧା ଉପୁଜିବ । ଆଗକୁ ଆର୍ଥିକ ବର୍ଷର ଶେଷ ମାସ ମାର୍ଚ୍ଚ ମାସ ଆସୁଥିବାରୁ ଜାନୁଆରୀ ମାସରୁ ବିଲ ଗୁଡିକ ପଡି ରହିଲେ ଆଗକୁ କାର୍ଯ୍ୟରେ ଅନେକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ