ବ୍ଳକ ସ୍ତରୀୟ ଚାଷୀ ମୂଲିଆ ସମ୍ମିଳନୀ ଅନୁଷ୍ଠିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଳକ ଅନ୍ତର୍ଗତ ତିହୁଡା ଠାରେ ଅଲ ଇଣ୍ଡିଆ କିଶାନ କ୍ଷେତ ମଜୁଦୁର ସଙ୍ଗଠନ ନେତୃତ୍ୱରେ ଶନିବାର ବ୍ଳକ ସ୍ତରୀୟ ଚାଷୀ ମୂଲିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ସଂଗଠନର ସଭାପତି ମହେଶ୍ୱର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାଜ୍ୟ କମିଟି ଉପସଭାପତି ସଦାଶିବ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ସଭାରେ ୧୦ ଦଫା ଦାବି ବିଶିଷ୍ଟ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ସମସ୍ତ ଚାଷ ଜମିକୁ ଜଳ ସେଚନ ସୁବିଧା, ଭାଗ ଚାଷୀକୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ପରିଚୟ ପ୍ରଦାନ,ଚାଷ ଉତ୍ପାଦିତ ପଦାର୍ଥର ଉଚିତ ଦାମ, ନାଉଗାଁ,ଅଲଣାହାଟ, ଡେରିକି ସରକାରୀ ଉଦ୍ୟୋଗରେ ଶୀତଳ ଭଣ୍ଡାର ନିର୍ମାଣ, ଶିଖରଘାଟ-ବାଲିଭଉଁରୀ ଓ ବ୍ଳକ ଅଫିସରୁ ତହସିଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ,ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଚୟନ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ବସନ୍ତ ମଲ୍ଲିକ, ସୁବାସ ସ୍ୱାଇଁ, ସୁରେଶ ବେହୁରା, ନବ କିଶୋର ମହାନ୍ତି, ଅଜିତ କାଣ୍ଡି, ଆର୍ତ ଦାସ, ନାରାୟଣ ମହାରଣା, ରଘୁନାଥ ଦାସ, ନିରଞନ ନାୟକ, କାଳନ୍ଦୀ ସେଠି,ରଂଜନ ଜେନା,ସମୀର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ