ବ୍ୟକ୍ତିଗତ ଜମିରୁ ମାଟି ମାଫିଆ ତାଡିନେଲେ ଶହ ଶହ ଟ୍ରିପ ମାଟି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରେ ଦିନକୁ ଦିନ ମାଟି ମାଫିଆଙ୍କ ମନମାନୀ ବଢିବାରେ ଲାଗିଛି । ସରକାରୀ ଜମିରୁ ମାଟି ତାଡିନେଇ ଯାଉଥିବା ବେଳେ ଏବେ ବ୍ୟକ୍ତିଗତ ଜମିରୁ ମାଟି ତାଡିନେଉଥିବା ମାଟି ମାଫିଆଙ୍କ ଦୈାରାତ୍ମ୍ୟ ସମସ୍ତ ସୀମା ସହରଦ ପାରି କରି ଦେଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଡେରାବିଶ ତହସିଲ ଅଧିନ ଚାନ୍ଦୋଳ ଖରଦାସାହି ଗ୍ରାମର ଅତନୁ ଘୋଷାଲଙ୍କ ପ୍ଲଟ ନମ୍ବର ୨୬୨୧ ଓ ୨୬୪୯ ଉପରୁ ଦିନ ଦ୍ୱିପହରରେ ଭଞ୍ଜନ କୁମାର ମହାନ୍ତି ନାମକ ବ୍ୟକ୍ତି ଜୋରଜବରଦସ୍ତ ଜେସିବି ଲଗାଇ ମାଟି ଖୋଳି ନେଇଥିବା ସେ ସଦର ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଏଥିସହିତ ଅତନୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ଡେରାବିଶ ତହସିଲଦାରଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଲିଖିତ ଭାବେ ଅଭିଯୋଗ କରିଥିଲେବି ସେମାନେ କୈାଣସି ପଦକ୍ଷେପ ନେଇନଥିବା ଅତନୁ ଅଭିଯୋଗ କରିଛନ୍ତି । ମାଟି ମାଫିଆ ବିରୋଧରେ ପୋଲିସ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାକୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ମାଟି ଖୋଳାରେ ବ୍ୟବହୃତ ଜେସିବି ଓ ଟ୍ରାକ୍ଟର ମାଲିକଙ୍କ ସମେତ ମାଟି ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅତନୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।