ବ୍ୟବସାୟୀଙ୍କ ପରଲୋକରେ ଶୋକ ସଭା
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଲକ ନାଉଗାଁ ବଜାରସ୍ଥିତ ଅନନ୍ତ ଗୋପାଳ ଭେରାଇଟି ଷ୍ଟୋରର ପ୍ରତିଷ୍ଟାତା ବାଇଧର ପରିଡା(୬୪)ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି । ତାଙ୍କ ଅମର ଆତ୍ମାର ସଦଗତି କାମନା କରି ନାଉଗାଁ ବଜାର ଦୁର୍ଗାପୂଜା କମିଟିର ସଭାପତି ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଶନିବାର ଶନିବାର କରାଯାଇଥିଲା । ଉକ୍ତ ସଭାରେ କମିଟିର ସଂପାଦକ ଜଗନ୍ନାଥ ଦାସ, ଅନୁ ନାୟକ, ସାଗର ଦାସ, ନାରାୟଣ ପଟ୍ଟନାୟକ, ଶରତ ସାହୁ, ବିଜୟ ମହାନ୍ତି, ଦେବଜ୍ୟୋତି ମହାନ୍ତି ଓ ଅଲେଖ ସାହୁ ପ୍ରମୁଖ ଉପସ୍ଥିତ ରହି ଦିଗଂଗତ ଆତ୍ମାର ସଦଗତି କାମନା କରିଥିଲେ । ଆସନ୍ତାକାଲି ଗୋଟିଏ ବେଳା ବଜାରକୁ ବନ୍ଦ ରଖାଯିବ ବୋଲି ନିଷ୍ପତି ନିଆଯାଇଛି ।


