ବ୍ୟବସାୟୀ ଠକୁଥିଲେ ଜିଏସ୍ଟି : ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କଲା ସିଟି ଓ ଜିଏସ୍ଟିର ଟିମ୍
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳ ର ବିଶିଷ୍ଟ ବ୍ୟବସାୟୀଙ୍କ ଘରେ ଜିଏସ୍ଟି ରେଡ୍ । କରଞ୍ଜିଆ ରରୁଆଁ ବଜାରରେ ଥିବା ସୁନୀଲ ସୁଲତାନିଆ ନାମକ ଜଣେ ବ୍ୟବସାୟୀଙ୍କ ଘରେ ବଡ ଧରଣର ସିଟି ଓ ଜିଏସ୍ଟିର ଚଢ଼ାଉ । ଜିଏସଟି ଠକେଇ ଅଭିଯୋଗ ଆସିବା ପରେ ଏହି ଚଢ଼ଉ କରାଯାଇଛି । ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଜିଏସ୍ଟି ଟିମ୍ । ଚଢ଼ାଉ ଚାଲିଥିବାରୁ ଠକେଇ ସମ୍ପର୍କ ବିଶେଷ ତଥ୍ୟ ସାମ୍ନାକୁ ଆସିନାହିଁ । ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାରୁ କରଞ୍ଜିଆର ୨ ଟି ଓ ରରୁଆଁରେ ଥିବା ୪ଟି ବ୍ୟବସାୟୀକ ପ୍ରତିଷ୍ଠାନରେ ଏକକାଳନୀ ଚଢ଼ାଉ ଜାରି । ଜିଏସ୍ଟି ଠକେଇ ଅଭିଯୋଗରେ ଡେପୁଟି ସିଟି ଓ ଜିଏସ୍ଟି କମିଶନରଙ୍କ ନେତୃତ୍ୱରେ ଏହି ରେଡ଼ ଚାଲିଛି । ମୟୂରଭଞ୍ଜ, ଯାଜପୁର ଓ ବାଲେଶ୍ଵର ସିଟି ଓ ଜିଏସ୍ଟିର ବିଭାଗର ମିଳିତ ଚଢ଼ାଉ ଜାରି । ଚଢ଼ଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । କରଞ୍ଜିଆ ର ବିଭିନ୍ନ ବଡ଼ ବଡ଼ କପଡା, ଲୁଗା, ଛଡ଼, ସିମେଣ୍ଟ,ଖାଦ୍ୟ ସାମଗ୍ରୀ ବ୍ୟବସାୟୀ ଝାଡ଼ଖଣ୍ଡ, ରାୟପୁର ରୁ ଗଳା ବାଟ ଦେଇ କୋଟି କୋଟି ଟଙ୍କା ର ବିଭିନ୍ନ ସାମଗ୍ରୀ ବିନା ଜିଏସଟି ରେ ଆଣି ଜିଏସଟି ଠକେଇ କରୁଥିବା ରୁ ତାଙ୍କ ପ୍ରତିଷ୍ଠାନ ଉପରେ ମଧ୍ୟ ଆଗକୁ ଚଢ଼ାଉ ହେବା ସମ୍ଭାବନା ରହିଛି । ଏହି ଚଢ଼ାଉ ପରେ ଜିଏସଟି ଠକେଇ ରେ ସାମିଲଥିବା କରଞ୍ଜିଆ ର ବ୍ୟବସାୟୀ ଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି ।


