ବ୍ୟବସାୟ ନୁହଁ, ତ୍ୟାଗ ଓ ସେବା ପାଇଁ ରାଜନୀତି ଉଦ୍ଧିଷ୍ଟ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ 95ତମ ମୃତ୍ୟୁ ବାର୍ଷିକୀରେ ସ୍ମରଣ ସଭା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଦୀନ ଦୁଃଖିଙ୍କ ପାଇଁ ଅହରହ ସେବା କାମରେ ନିବୃତ୍ତ ଥିବା ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 95ତମ ମୃତ୍ୟୁ ବାର୍ଷିକୀରେ ମାନବ ଅଧିକାର ସୁରକ୍ଷା ମଞ୍ଚ ର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ଏକ ସ୍ମରଣ ସଭା ଆୟୋଜନ ହୋଇଯାଇଛି l ବ୍ରହ୍ମପୁର ବିଜିପୁର ସ୍ଥିତ କମ୍ୟୁନିଟି ହଲ ଠାରେ ଆୟୋଜିତ ଏହି ସ୍ମରଣ ସଭାରେ ସମିତି ସଭାପତି ବଂଶୀଧର ଭୂୟାଁ ଅଧ୍ୟକ୍ଷତା କରିଥିବା ବେଳେ ବହୁ ବିଶିଷ୍ଟ ବୁଦ୍ଧିଜୀବୀ ଯୋଗଦେଇ ତାଙ୍କ ଜୀବନ ସଂଘର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ l ପଣ୍ଡିତ ଗୋପବନ୍ଧୁ ଦାସ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଭାବେ ଜଣାଶୁଣା ଥିଲେ ବି ଦୀନ ଦରିଦ୍ରଙ୍କ ଆଜୀବନ ସେବକ ଥିଲେ l ସେ ଓକିଲାତି ପାସ କରିଲା ପରେ କିଛିଦିନ ଆଇନଜୀବି ଭାବେ ଲୋକ ଙ୍କ ସେବା କରିଲେ ବି ତାଙ୍କ ମତରେ ତାହା ଯଥେଷ୍ଟ ନ ଥିଲା ଏଣୁ ସେ ଓକିଲାତି ବ୍ୟବସାୟକୁ ଛାଡି ରାଜନୀତିରେ ସମ୍ପୂର୍ଣ ଭାବେ ଯୋଗ ଦେଇଥିଲେ l ସେ ସମୟରେ ରାଜନୀତି ତାଙ୍କ ପାଇଁ ତ୍ୟାଗ ଓ ସେବା ର ଏକ ମାତ୍ର ପାଥେୟ ଥିଲା l ସାମ୍ପ୍ରତିକ ପରିସ୍ଥିତିରେ ରାଜନୀତି ଯେଉଁପରି ଭାବେ ଏକ ବ୍ୟବସାୟରେ ପରିଣତ ହୋଇଛି ଓ କ୍ଷମତା ର ଅସଦ ବ୍ୟବହାର କରି ପୁଞ୍ଜିପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ସାଧାରଣ ଜନତାଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରୁଛନ୍ତି, ଏହିପରି ସଙ୍କଟମୟ ସ୍ଥିତିରେ ପଣ୍ଡିତ ଗୋପବନ୍ଧୁଙ୍କୁ ମନେ ପକାଇ ରାଜନୈତିକ ସମାଜବାଦୀ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ହିଁ ଏକ ମାତ୍ର ଶିକ୍ଷା ବୋଲି ଉପସ୍ଥିତ ବକ୍ତା ମାନେ ମତ ପ୍ରକାଶ କରିଥିଲେ l ଆଜିର ଏହି ସ୍ମରଣ ସଭାରେ ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ମାଗୁଣି ନାହାକ, ବିଜୟ ଚନ୍ଦ୍ର ବିଶୋଇ, ଗଗନ ଚନ୍ଦ୍ର ମଲ୍ଲିକ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଗୌରୀ ଶଙ୍କର ମହାନ୍ତି, ରାମ ଚନ୍ଦ୍ର ସାହାଣୀ, ଏସ. ସlମ୍ବଶିବା ରାଓ, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଶେଷରେ ବିଜୟ ଚନ୍ଦ୍ର ବିଶୋଇ ଧନ୍ୟବାଦ ଜଣାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ