ବନ୍ତରେ ଜାତୀୟ କଂଗ୍ରେସର ବନ୍ଧୁମିଳନ ସମାରୋହ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବଜାରସ୍ଥିତ ଡିଗୀ ପୋଖରୀ ଠାରେ ଜାତୀୟ କଂଗ୍ରେସର ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ଜ୍ୟୋତି ରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇ ଏ ଅଞ୍ଚଳର ବିକାଶ ପାଇଁ ସମସ୍ତେ ଏକଜୁଟ ହେବାକୁ ପଡିବ । ପଞ୍ଚାୟତ ନିର୍ବାଚନରେ ଲଢିବା ପାଇଁ ଏକଜୁଟ୍ ହେବାକୁ ପଡିବ । ଏକାଠି ହେବାକୁ ହେଲେ ହୃଦୟର ସହ ହୃଦୟ ମିଶାଇବାକୁ ପଡିବ । ନିର୍ବାଚନରେ ହାର ଜିତ୍ ଲାଗିଛି । ହାରି ଗଲେ ବୋଲି ଘରେ କବାଟ କିଳି ବସି ରହିବା କି, ଯଦି କବାଟ କିଳି ବସିବା ତେବେ ବନ୍ଧୁ କେମିତି ବନାଇବା । ଆଜି ସମୟ ଆସିଛି ବିଜେପି କଣ କରୁଛି, ବିଜେଡି କଣ କରୁଛି, ତାର ଚିନ୍ତା କରିବାର ନାହିଁ । ଆମେ ଚିନ୍ତା କରିବା କିପରି ଲୋକଙ୍କ ପାଖରେ ଛିଡା ହେବା । ଆମେ ନିଜେ ଗୋଟିଏ ଲେଖାଏ ଲାଠି ନହୋଇ ଦଶଟି ଲାଠି ଏକାଠି ହେବା । ଲୋକଙ୍କ ସାଙ୍ଗରେ ରହିବା, ଲୋକଙ୍କ ପାଇଁ ଲଢିବା, ଆଗାମୀ ପଞ୍ଚାୟତ ନିର୍ବାଚନରେ ଜିତିକି ଦେଖାଇ ଦେବା, ଏଇଟା ପ୍ରତିଜ୍ଞା ହେବା ଦରକାର ବୋଲି ବକ୍ତବ୍ୟରେ କହିଥିଲେ । ୧୬ନଂ.ଜୋନ୍ କଂଗ୍ରେସ ସଭାପତି ନିରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ରାଜୀବ ଗାନ୍ଧୀ ଫାଉଣ୍ଡେସନର ଜିଲା ସଭାପତି ପ୍ରଦ୍ୟୁମ୍ନ ଦାସ ଯୋଗ ଦେଇ ସମସ୍ତେ ଏବେ କଂଗ୍ରେସ ମୁହାଁ ହେଉଛନ୍ତି । ବନ୍ତ ବ୍ଲକରେ କଂଗ୍ରେସ ଏକ ନମ୍ବର ଥିଲା, ଆଗାମୀ ଦିନରେ ଏକ ନମ୍ବର ରହିବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବ୍ଲକ ଦଖଲ କରିବ ବୋଲି ବକ୍ତବ୍ୟରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଜେନା, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସାଦ୍ଦ ସିଦ୍ଦିକ୍‌, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ଅଣିଜୋର ପୂର୍ବତନ ସରପଞ୍ଚ ଜଗବନ୍ଧୁ ବେହେରା, ପଧାନପଡାର ପୂର୍ବତନ ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ମହାନ୍ତିପଡାର ପୂର୍ବତନ ସରପଞ୍ଚ କଳ୍ପତରୁ ସାହୁ, ବରିଷ୍ଠ ନେତା ପ୍ରଫୁଲ୍ଲ ରାଉତ, ନରେନ୍ଦ୍ର ସେଠୀ, କାର୍ତ୍ତିକ ଜେନା, ବାଙ୍କ ବିହାରୀ ଜେନା, ସମାଜସେବୀ ଚିତ୍ତ ରଞ୍ଜନ ସାମନ୍ତରାୟ, ବନ୍ତ ପଞ୍ଚାୟତର ସଭାପତି ଅଜୟ କୁମାର ମହାନ୍ତି, ବ୍ଲକ ଯୁବ କଂଗ୍ରେସ ସଭାପତି ସନ୍ଦୀପ କୁମାର ଜେନା, ଯୁବନେତା ଦେବଦତ୍ତ ଜଗଜୀତ୍ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ପୂର୍ବତନ ସରପଞ୍ଚ ରବି ନାରାୟଣ ମହାନ୍ତି ଅତିଥି ପରିଚୟ ଓ ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଟିପୁର ପଞ୍ଚାୟତର ଭାସ୍କର ଚନ୍ଦ୍ର ମଲ୍ଲିକ ଅନ୍ୟ ଦଳ ଛାଡି କଂଗ୍ରେସରେ ଯୋଗ ଦାନ କରିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ନିକି ମଇକାପ, ସୟଦ ମଇଫୁଜ୍‌ଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏଥିରେ ୨୫ ପଞ୍ଚାୟତରୁ ପ୍ରାୟ ୨ହଜାରରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା କର୍ମୀ ମାନେ ଯୋଗ ଦେଇଥିବାର ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ