ବ୍ୟାଙ୍କକରେ ଆନ୍ତର୍ଜାତିକ ବୌଦ୍ଧ ହିନ୍ଦୁ ଧର୍ମ ସମ୍ମିଳନୀରେ ଡଃ ସଦାନନ୍ଦ

ଭୁବନେଶ୍ୱର : ଲୋକଭାଷା ପ୍ର·ର ସମିତିର କେନ୍ଦ୍ରୀୟ ସଭାପତି ଡଃ ସଦାନନ୍ଦ ଦୀକ୍ଷିତଃ ବ୍ୟାଙ୍କକ୍ସ୍ଥିତ ଶିଳ୍ପାକର୍ଣ୍ଣ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ ୨ ଓ ୩ ତାରିଖରେ ଆୟୋଜିତ ଆନ୍ତର୍ଜାତିକ ବୌଦ୍ଧ ହିନ୍ଦୁଧର୍ମ ମହାସମ୍ମିଳନୀରେ ବିଶିଷ୍ଟାତିଥି ଭାବେ ନିମନ୍ତ୍ରିତ ହୋଇ ପ୍ରାରମ୍ଭିକ ଭାଷଣ ଦେବାର ବିଶିଷ୍ଟ ସାରସ୍ୱତ ସମ୍ମାନ ଲାଭ କରିଛନ୍ତି । ରାମାୟଣ ଭିତ୍ତିଭୂମିରେ ବୌଦ୍ଧ ଓ ହିନ୍ଦୁଧର୍ମର ପ୍ରଭାବ ସମ୍ପର୍କରେ ଅଭିଭାଷଣ ରଖି ଡ଼ଃ ଦୀକ୍ଷିତ କହିଲେ ଯେ, ଭାରତ ହିଁ ସମସ୍ତ ପ୍ରମୁଖ ଧର୍ମର ଏନ୍ତୁଡ଼ିଶାଳ ଏବଂ ସଂସ୍କୃତ ଭାଷାଭିତ୍ତିକ ଭାରତୀୟ ସାଂସ୍କୃତିକ ଚେତନା ସମଗ୍ର ମାନବ ସଭ୍ୟତାର ଦିଗ୍ଦର୍ଶକ । ସଂସ୍କୃତଭାଷା ମାଧ୍ୟମରେ ଭାରତବର୍ଷ ବିଶ୍ୱଗୁରୁ ପଦରେ ଅଭିଷିକ୍ତ ହୋଇପାରିବ ଏବଂ ଏଥିପାଇଁ ସମଗ୍ର ବିଶ୍ୱରେ ଲୋକଭାଷା ପ୍ର·ର ସମିତି ୧୯୭୯ ମସିହାରୁ ସଂସ୍କୃତ ଭାଷା ପ୍ର·ର କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ପ୍ରଦାନ କରିଥିଲେ । ଥାଇଲାଣ୍ଡର ସଂସ୍କୃତ କୁଳଗୁରୁ ଡ଼ଃ ଚିରାପଥ୍ ପ୍ରପଣ୍ଡବିଦ୍ୟାଙ୍କ ଅଧ୍ୟକ୍ଷତାରେ ଏବଂ ଭାରତୀୟ ସାଂସ୍କୃତିକ ପରିଷଦ ପକ୍ଷରୁ ଥାଇଲାଣ୍ଡରେ ଅବସ୍ଥାପିତ ଭିଜିଟିଙ୍ଗ ପ୍ରଫେସର ଡଃ ନରସିଂହ ପଣ୍ଡାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀକୁ ଭାରତର ଉପରାଷ୍ଟ୍ରଦୂତ ଶ୍ରୀ ଆବାଗାମି ରାମୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶରୁ ବହୁ ବିଦ୍ୱାନ ଯୋଗ ଦେଇଥିଲେ ଏବଂ ଓଡ଼ିଶାରୁ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳସଚିବ ଡଃ ସଚ୍ଚିିଦାନନ୍ଦ ମହାପାତ୍ର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଯୋଗ ବିଭାଗ ମୁଖ୍ୟ ଡଃ ଦୀନେଶ ସ୍ୱାଇଁ ଓ ଅଧ୍ୟାପିକା ଡଃ ପ୍ରତିଭାଶ୍ରୀ ବିଭିନ୍ନ ଚର୍ଚ୍ଚାସତ୍ରରେ ଅଧ୍ୟକ୍ଷତା କରିବା ସଙ୍ଗେ ସଙ୍ଗେ ସ୍ୱପ୍ରବନ୍ଧ ପାଠ କରିଥିଲେ ।
ସେହିପରି ମାର୍ଚ୍ଚ ୬ ତାରିଖରେ ଶିଳ୍ପକର୍ଣ୍ଣ ବିଶ୍ୱବିଦ୍ୟାଳୟର ସଂସ୍କୃତ ଶିକ୍ଷା କେନ୍ଦ୍ରରେ ଲୋକଭାଷା ପ୍ର·ର ସମିତିର ଏକ ଆନ୍ତର୍ଜାତିକ ଶାଖା ନିର୍ଦ୍ଦେଶକ ଡଃ ସମ୍ବଦ ସୁଖଶିରିଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟିତ ହୋଇଥିଲା । ମୁଖ୍ୟାତିଥି ଭାବେ ଶିଳ୍ପାକର୍ଣ୍ଣ ବିଶ୍ୱବିଦ୍ୟାଳୟ ଭିଜିଟିଙ୍ଗ ପ୍ରଫେସର ଡଃ ନରସିଂହ ପଣ୍ଡା, ଲୋକଭାଷା ପ୍ର·ର ସମିତିର ବିବିଧ ସଂସ୍କୃତ ପ୍ର·ର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ଡଃ ସଦାନନ୍ଦ ଦୀକ୍ଷିତ ଉତ୍ତରପୂର୍ବ ଏସିଆ ମହାଦେଶରେ ସଂସ୍କୃତ ମାଧ୍ୟମରେ ଭାରତର ସାଂସ୍କୃତିକ ସମ୍ପର୍କ ଦୃଢ ହୋଇପାରିବ ବୋଲି ମତବ୍ୟକ୍ତ କରି ଛାତ୍ରଛାତ୍ରୀମାନଙ୍କୁ ସଂସ୍କୃତ ସମ୍ଭାଷଣ ପାଇଁ ଉତ୍ସାହିତ କରିଥିଲେ । ଡଃ ଦୀକ୍ଷିତଃ ବ୍ୟାଙ୍କକ୍ ପ୍ରବାସ ଅବସରରେ ଥାଇଲାଣ୍ଡରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଶ୍ରୀମତୀ ସୁଚିତ୍ରା ଦୋରାଇ ଓ ଉପରାଷ୍ଟ୍ରଦୂତ ଶ୍ରୀ ଆବାଗାମି ରାମୁଙ୍କୁ ଦୂତାବାସରେ ସାକ୍ଷାତ୍ କରି ସଂସ୍କୃତ ଶିକ୍ଷା ଓ ପ୍ର·ର ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏକ ସ୍ଥାୟୀ ସଂସ୍କୃତ ସମ୍ଭାଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ସହଯୋଗ କରିବାକୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ