ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ କର୍ମଚାରୀ ସଂଘ ବାଲେଶ୍ୱର କ୍ଲଷ୍ଟରର ଏକ ବୈଠକ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ବୈକୁଣ୍ଠ ନାଥ ଆଚାର୍ଯ୍ୟ ଏଥିରେ ସଭାପତିତ୍ୱ କରିଥିଲେ । ରାଜ୍ୟ ଉପ-ସଭାପତି ମଧୁସୁଦନ ରାଉତ ଓ କୋଷାଧ୍ୟକ୍ଷ ପ୍ରକାଶ ରଥ ଏଥିରେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ସରକାରୀ ଅବହେଳା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସମ୍ପାଦକ ଲକ୍ଷ୍ମଣ କୁମାର ସେଠୀ ଅବସରପ୍ରାପ୍ତ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଓ ପେନସନ ବ୍ୟବସ୍ଥ୍‌ାର ସୁଧାର ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିୟମିତ କର୍ମଚାରୀଙ୍କ ଭଳି ସୁବିଧା ସୁଯୋଗ ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ସଂଘର ବରିଷ୍ଠ ସଦସ୍ୟ ମାନସ ପାଣିଗ୍ରାହୀ ଓ ପ୍ରତାପ ନାୟକ ଏଥିରେ ମତାମତ ରଖିଥିଲେ । ବ୍ୟାଙ୍କ ଅଫ ଇଣ୍ଡିଆର ବିଭିନ୍ନ ଶାଖାରୁ ଅବସର ନେଇଥିବା ଜିଲ୍ଲାର ୪୦ଜଣ ପୂର୍ବତନ କର୍ମଚାରୀ ଯୋଗଦେଇଥିଲେ । ଅନୀଲ କୁମାର ପଟ୍ଟନାୟକ, ମୃତ୍ୟୁଞ୍ଜୟ ପ୍ରଧାନ, ଗୋପାଳ ଚନ୍ଦ୍ର ଦାସ, ପ୍ରଭାକର ଦାସ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ