ଦ୍ୱିତୀୟ ପର୍ଯ୍ୟାୟ ଆପଦା ମିତ୍ର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆବାସିକ \”ଆପଦା ମିତ୍ର’ ଦକ୍ଷତା ବୃଦ୍ଧି ପ୍ରଶକ୍ଷଣ ଶିବିର ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ପଞ୍ଚାୟତର ପାଖର ସାଉଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଗତ ୮ତାରିଖରୁ ଆରମ୍ଭ ହୋଇ ଏହି ଶିବିର ୧୯ ତାରିଖରେ ଶେଷ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ଉଦଘାଟନୀ କାର୍ଯ୍ୟକ୍ରମରେ ଜରୁରୀକାଳୀନ ଅଧିକାରୀ ରିଜୱାନା କୱକବ ଉପସ୍ଥିତ ଥିଲେ । ରେମୁଣା ଓ ବାହାନଗା ବ୍ଲକର ୪୦ ଜଣ \”ଆପଦା ମିତ୍ର’ ଏଥିରେ ପ୍ରଶିକ୍ଷଣ ନେଇଛନ୍ତି । ସେମାନଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୨୫ଜଣ ମହିଳା ଥିଲେ । ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରେ ନେବାକୁ ଥିବା ବିଭିନ୍ନ ପ୍ରକାରର ଜୀବନ ରକ୍ଷାକାରୀ କୌଶଳ, ଅନୁସନ୍ଧାନ କୌଶଳ, ଉଦ୍ଧାର କୌଶଳ, ନୌଚାଳନା କୌଶଳ ଆଦି ବିଷୟରେ ଶିବିରାର୍ଥୀଙ୍କୁ ତାଲିମ ଦିଆଯାଇଥିଲା । ଓଡ୍ରାଫ୍‌, ଅଗ୍ନିଶମ ବିଭାଗ ଓ ସିଭିଲ ଡିଫେନ୍ସର ମାଷ୍ଟର ଟ୍ରେନର ଏଥିରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଯାପନ ଦିବସରେ ଶିବିରାର୍ଥୀଙ୍କ ମଧ୍ୟରେ ଲିଖିତ ପରୀକ୍ଷା କରାଯାଇଥିଲା ।ଏଥିରେ ସମସ୍ତେ କୃତକାର୍ଯ୍ୟ ହୋଇଥିଲେ । ସମସ୍ତଙ୍କୁ ରିଜୱାନା କୱକବ ଓ ଜିଲ୍ଲା ଭୂ- ଅର୍ଜନ ଅଧିକାରୀ ଶ୍ରୀ ରଘୁନାଥ ଟୁଡୁ ମାନପତ୍ର ପ୍ରଦାନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଦ୍ୱାଦଶ ଦିବସୀୟ ତାଲିମ୍ ଶିବିରକୁ ଜିଲା ପ୍ରଶାସନ ତରଫରୁ ଜିଲା ପ୍ରକଳ୍ପ ଅଧିକାରୀ ନିମାଇଁ ଚରଣ ଦାସ ଓ ୟୁନିସେଫ ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପାତ୍ର ସୁଚାରୁ ରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ