ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଶାଖା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ପରିଚାଳକଙ୍କୁ ଜୁନ ୩୦ ତାରିଖ ଦିନ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବୁଗୁଡା ଶାଖା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ପରିଚାଳକ ବେଣୁଧର ସାହୁ ୩୦/୦୬/୨୨ ତାରିଖରେ ଅବସର ଗ୍ରହଣ କରିଥିଲେ । ଅବସରପ୍ରାପ୍ତ ଶାଖା ପରିଚାଳକ ଶ୍ରୀ ସାହୁଙ୍କୁ ବୁଗୁଡା ଶାଖା ୟୁଜିବି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବୁଗୁଡା ଶାଖା ଉତ୍କଳ ଗ୍ରାମୀଣ ବ୍ୟାଙ୍କର ବ୍ୟବସାୟୀକ ପରିଚାଳକ ଅନନ୍ତ ପ୍ରସାଦ ପଣ୍ଡା, ପ୍ରକଳ୍ପ ଅଧିକାରୀ ହେମନ୍ତ କୁମାର ନାୟକ, ବାଲିପଦର ଶାଖା ପରିଚାଳକ ଚକ୍ରଧର ମଲ୍ଲିକ, ଗବେଷକ ଡ଼ଃ ବ୍ରଜ କିଶୋର ପାଢ଼ୀ, ଦୀପକ ଘଡାଇ, ମଙ୍ଗଳ ସୋରନ, ସୁଶାନ୍ତ କୁମାର ସେଠୀ, ଆଶିଷ କୁମାର ଦାଶ, କାହ୍ନୁ ଚରଣ ସାହୁ, ପ୍ରଦୀପ କୁମାର ମିଶ୍ର, ଟୁକୁନା ସ୍ୱାଇଁ, ବିଜୟ କୁମାର ପଣ୍ଡା, ଇଶ୍ୱର ଆଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ