ବ୍ୟାପମ ଘୋଟାଲାରେ ୩୧ ଅଭିଯୁକ୍ତ ଦଣ୍ଡିତ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ବ୍ୟାପମ ଘୋଟାଲାରେ ଗୁରୁବାର ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଥିବା ବେଳେ ସୋମବାର ସିବିଆଇ ସ୍ୱତନ୍ତ୍ର କୋର୍ଟ ମୁଖ୍ୟ ଦୋଷୀ ପ୍ରଦୀପ ତ୍ୟାଗୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଇଥିବା ବେଳେ ଅନ୍ୟ ୩୦ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡ ଦେଇଛନ୍ତି । ୨୦୧୩ ମଧ୍ୟ ପ୍ରଦେଶରେ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ହୋଇଥିଲା ।ଏହି ପରୀକ୍ଷା ବ୍ୟାପମ ଅଧିନରେ ହୋଇଥିବା ବେଳେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଦୋଷୀ ମାନଙ୍କ ମଧ୍ୟରେ ୧୨ ଜଣ ପରୀକ୍ଷାର୍ଥୀ ,୧୨ ଜଣ ନକଲି ପରୀକ୍ଷାର୍ଥୀ ,ଓ ୭ ଜଣ ଦଲାଲ ରହିଛନ୍ତି । ଦିର୍ନୀତି ମାମଲାକୁ ନେଇ ରାଜେନ୍ଦ୍ର ନଗର ଥାନାରେ ଅଭିଯୋଗ ହୋଇଥିଲା ।ଏହା ପରେ ତଦନ୍ତ ଦାଇତ୍ୱ ଏସଟିଏଫକୁ ତଦନ୍ତ ଦାଇତ୍ୱ ଦିଆଯାଇଥିବା ବେଳେ ସୁପ୍ରିମକୋର୍ଟ ମାମଲାର ହସ୍ତକ୍ଷେପ କରି ସିବିଆଇଙ୍କୁ ଦାଇତ୍ୱ ଦିଆଯାଇଥିଲା ।ଏହା ପରେ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ୨୦୧୪ ରେ ଶୁଣାଣୀ ଚାଲିଥିବା ବେଳେ ସିବିଆଇ ସ୍ୱତନ୍ତ୍ର କୋର୍ଟ ୫ ବର୍ଷ ପରେ ଏହାର ମାମଲାର ରାୟ ଶୁଣାଇଛନ୍ତି ସିବିଆଇ ସ୍ୱତନ୍ତ୍ର କୋର୍ଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ