ଭ।ରତୀୟ ନୈତିକ ମୂଲ୍ୟବୋଧ ର କ।ର୍ଯ୍ୟ।ଶ।ଳ।
ପାରଳାଖେମୁଣ୍ଡି-(ତାରିଣୀ ପ୍ରସାଦ ପଣ୍ଡା)ବିଦ୍ୟା ଭାରତୀ ସଂସ୍କୃତି ଶିକ୍ଷା ସଂସ୍ଥାନ ତରଫରୁ ସଂସ୍କୃତି ଭବନ, କୁରୁକ୍ଷେତ୍ର ଦ୍ୱାରା ଆୟୋଜିତ ଭାରତୀୟ ନୈତିକ ମୂଲ୍ୟବୋଧର ସ୍ଥାପନ ର କ।ର୍ଯ୍ୟ।ଶ।ଳ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କ।ର୍ଯ୍ୟକ୍ରମରେ ସଙ୍ଘର କାର୍ୟ୍ୟକର୍ତ୍ତା ଶ୍ରୀ ରମେଶ କୁମାର ସାହୁ ଯୋଗ ଦେଇ ବିଦ୍ୟାର୍ଥୀ ଜୀବନର ମୂଳଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସଫଳ ହେବ ବଦଳରେ ନିଜ ବିଦ୍ୟାର୍ଥୀ ଜୀବନ ସାର୍ଥକ କରିବାକୁ ଚେଷ୍ଟା କର ବୋଲି ନିଜ ବକ୍ତବ୍ୟ ରେ ରଖିଥିଲେ । ଉକ୍ତ କ।ର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧ।ନଚ।ର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ, ସହ ପ୍ରଧ।ନଚ।ର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ବିଭିନ୍ନ ଦଳ ବିଭକ୍ତି କରି ବିଭିନ୍ନ କ୍ରିୟାକଳାପ ମାଧ୍ୟମ ରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ କାର୍ୟ୍ୟକ୍ରମଟି ସଫଳତା ସହ ସମ୍ପାଦିତ ହୋଇଥିଲା।