ଭଂଜନଗରରେ ସଡକ ସୁରକ୍ଷା ସପ୍ତାହ ପାଳିତ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌) : ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଭଂଜନଗର ପୋଲିସ ଓ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିସହ ମୋଟର ସାଇକେଲରେ ଯାତ୍ରୀ ମାନ୍‌ଙ୍କୁ ଚକଲେଟ ଓ ଗୋଲାପ ଫୁଲ ଦେଇ ମୋଟର ଯାନ ନିୟମ ମାନି ଗାଡି ଚଳାଇବାକୁ ଉପଦେଶ ଦେଇଥିଲେ । ବିନା ହେଲମେଟରେ ଗାଡି ନଚଳାଇବା , ଗାଡି ଚଳାଇବା ସମୟରେ ସିଟି ବେଲ୍ଟ ବାନ୍ଧିବ । ,ଡ୍ରାଇଭିଙ୍ଗ ଲାଇସେନ୍ସ ରେ ଗାଡି ଚଳାଇବା ,ଗାଡିରେ ୨ ରୁ ଅଧିକ ଜଣକୁ ବସାଇବା ନାହିଁ ଆଦି ସମସ୍ତ ଦିଗରେ ସଚେତନ କରାଇଥିଲେ । ଏଥିରେ ଭଂଜନଗର ପୋଲିସ ସମେତ କଲେଜର ପ୍ରିନ୍ସିପାଲ ସମେତ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ