ଭଗବାନ ଭେଙ୍କଟେଶ୍ଵର ଙ୍କ ଆର୍ଶିବାଦ ନେଲେ ପ୍ରଧାନ ବିଚାରପତି

ତିରୁପତି-(ଯୁଗାବ୍ଦ ନ୍ୟୁଜ) ସୁପ୍ରିମକୋର୍ଟ ର ପ୍ରଧାନ ବିଚାର ପତି ଭାବେ କାର୍ଯ୍ୟରତ ଥିବା ରଞ୍ଜନ ଗୋଗୋଇ ରବିବାର ଅବସର ନେବେ । ଏଥି ପାଇଁ ସବୁ ପକ୍ରିୟା ଶେଷ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ସହ ଭଗବାନ ଭେଙ୍କଟେଶ୍ଵର ଓ ଶନିବାର ସେ ତିରୁଚନୂରରେ ଶ୍ରୀ ପଦ୍ମାବତୀ ଦେବି ମନ୍ଦିର ଦର୍ଶନ କରିଥିଲେ। ଏହା ପୂର୍ବରୁ ଶୁକ୍ରବାର ତାଙ୍କର ଅନ୍ତିମ କାର୍ଯ୍ୟଦିବସ ଦିନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟରେ କୋର୍ଟ ନମ୍ଵର ୧ରେ ୪ମିନିଟ୍ ସମୟ ଅତିବାହିତ କରିଥିଲେ। ତାଙ୍କ ପରେ ଦାୟିତ୍ଵ ଗ୍ରହଣ କରୁଥିବା ଏସ ଏ ବୋବଡେଙ୍କ ସହ ଏକ ଖଣ୍ଡପୀଠରେ ଅଧ୍ୟକ୍ଷତା କରିଥିଲେ। ତେବେ ସେ ଆଜି ଅବସର ନେବାକୁ ଯାଉଥିବା ବେଳେ ତାଙ୍କ ବଦଳରେ ସୋମବାର ଏସ .ବୋବଡେ  ପ୍ରଧାନ ବିଚାରପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ