ଭଞ୍ଜନଗରରେ ବିଜେଡିର ନର୍ବାଚନୀ ପ୍ରଚାର

ଦ୍ଵିତୀୟ ପର‌୍ୟ୍ୟାୟ ନିର୍ବାଚନ ପ୍ରଚାର ର ଶେଷ ଦିନ ରେ ଭଂଜନଗର ରେ ବିଜେଡ଼ି ତାର ପ୍ରଚାର ଜୋରଦାର କରିଛି। ଭଂଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ୍ ଏବଂ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଆଜି ଭଞ୍ଜନଗର ଏନ୍ ଏ ସି ଠାରେ ନିର୍ବାଚନୀ ପ୍ରଚାର କରିଛନ୍ତି। ବିକ୍ରମ ଅ।ରୁଖ୍ ଏବଂ ଅଚ୍ୟୁତ ସାମନ୍ତ ଭଂଜନଗର ସ୍ଥିତ ଠାକୁରାଣୀ ମନ୍ଦିର ରୁ ପୂଜା ସାରି ଏହି ପ୍ରଚାର କାର‌୍ୟ୍ୟକ୍ରମ ଆରମ୍ଭ କରିଥିଲେ। ଏହି ପ୍ରଚାର କାର‌୍ୟ୍ୟକ୍ରମରେ ଭଂଜନଗର ନିର୍ବାଚନ ମଣ୍ଡଳୀ ର ବହୁ ଜନ ସାଧାରଣ ବିକ୍ରମ ଙ୍କୁ ଏବଂ ଅଚ୍ୟୁତ ଙ୍କୁ ଫୁଲ ମାଳ ଦେଇ ବିପୁଳ ସ୍ବାଗତ କରିଥିଲେ। ଦୁଇ ହଜାର ରୁ ଅଧିକ ଜନ ସାଧାରଣ ଏହି ପ୍ରଚାର କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ