ଭଞ୍ଜନଗରରେ ଶାଲା ସିଦ୍ଧି ତାଲିମ ଶିବିର

(ଯୁଗାବ୍ଦ ନ୍ୟୁଜ) ଭଞ୍ଜନଗର ବ୍ଳକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସ୍ଥାନୀୟ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ଗୁଡିକରେ ରହିଥିବା ମୂଳ ମାନକ ଗୁଡକର ସଠିକ ମୂଲ୍ୟାୟନ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମିତ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନେ ଆବଶ୍ୟକୀୟ ସୁଧାର କ୍ଷେତ୍ର ପ୍ରସ୍ତୁତି ସହ ପ୍ରସ୍ତାବିତ କାର‌୍ୟ୍ୟକ୍ରମ ସ୍ଥିର କରି ତାହା ମାନବ ସମ୍ବଳ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ଅବଗତି ନିମିତ୍ତ ନିର୍ଦ୍ଧାରିତ ୱେବସାଇଟରେ ସମସ୍ତ ତଥ୍ୟକୁ କପରି ଅପଲୋଡ କରିବେ ତାହାକୁ ନିୟୋଜିତ ସମ୍ବଳ ଶିକ୍ଷକ (ଜଚ)ମାନେ ଜଣାଇବା ସହ ତାହାକୁ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଏସ୍. ଧନଞ୍ଜୟ କାର‌୍ୟ୍ୟକ୍ରମ କୁ ବୁଲି ଦେଖିବା ସହ ଏହି କାର‌୍ୟ୍ୟକ୍ରମର ସଫଳ ରୂପାୟନ ନିମିତ୍ତ ସମସ୍ତଙ୍କୁ ନିଜ ସ୍ତରରେ ଠିକ୍ ରୂପେ କାର‌୍ୟ୍ୟ ସାଧନ ନିମିତ୍ତ ପରାମର୍ଶ ଦେଇଥିଲେ । ବି.ଆର୍.ସି.ସି ତଥା ଏ.ବି.ଇ.ଓ ଶ୍ରୀ ହୃଷିକେଶ ସ୍ବାଇଁ କାର‌୍ୟ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନା କରିଥିଲେ । ସହ ସଂଯୋଜକ ଶ୍ରୀ ସୁଶିଳ କୁମାର ସାହୁ, ସି.ଆର୍.ସି.ସି ସଞ୍ଜୟ କୁମାର କୋଠିଆ, ସି.ଆର୍.ସି.ସି ତ୍ରିନାଥ ବେହେରା, ସି.ଆର୍.ସ.ସି ମନୋଜ କୁମାର ପାଳ , ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ,ଅନ୍ତର‌୍ୟ୍ୟାମି ପଣ୍ଡିତ,କୃଷ୍ଣ ଚନ୍ଦ୍ର ସ୍ବାଇଁ ଆଦି ଆର୍.ପି ଗଣଙ୍କ ତତ୍ତ୍ବବଧାନରେ ଏହି କାର‌୍ୟ୍ୟକ୍ରମ ଚାଲିଥିଲା । 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ