ଭଞ୍ଜନଗର ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଭଞ୍ଜନଗର ଉପଖଣ୍ଡ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି  । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉପସ୍ଥିତ ରହି ସର୍ବ ପ୍ରଥମେ ଦିବ୍ୟାଙ୍ଗ ଜନ ଶୁଣାଣୀ କରିଥିଲେ ଏବଂ ପରେ ସର୍ବ ସାଧାରଣଙ୍କ ଅଭିଯୋଗ ଗୁଡିକର ଶୁଣାଣୀ ହୋଇଥିଲା  । ଏହି ଯୁଗ୍ମ ଶୁଣାଣୀ ସମୟରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଜନ ସାଧାରଣଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ  । ଜିଲ୍ଲାର ବ୍ଲକ୍, ଉପଖଣ୍ଡ ଏବଂ ସଦର ମହକୁମା ଗୁଡିକରେ ସମୁଦାୟ ୯୩  ଗୋଟି ଜନ ଶୁଣାଣୀ ଆବେଦନ ଗ୍ରହଣ କରାଯାଇଥିଲା ତନ୍ମଧ୍ୟରୁ ୪୧ ଗୋଟି ପେନସନ୍ ସମ୍ବନ୍ଧୀୟ, ଏକ ଗୋଟି ସ୍ବାସ୍ଥ୍ୟ ସମ୍ପର୍କିତ, ୨ ଗୋଟି ପ୍ରମାଣ ପତ୍ର ଜନିତ, ୨ ଗୋଟି ଡି.ଆର୍.ଆଇ. ଋଣ ସମ୍ପର୍କିତ, ଏକ ଗୋଟି ଶିକ୍ଷା ସମ୍ବନ୍ଧୀୟ ୯ ଗୋଟି ସୁଷମ ବଣ୍ଟନ ସମସ୍ୟା, ୨୮ ଗୋଟି ଉପକରଣ ସହାୟତା ସମ୍ପର୍କିତ, ଜଣେ ବ୍ୟକ୍ତିଙ୍କୁ ସରକାରୀ ସହାୟତା  ପ୍ରଦାନ କରାଯାଇଥିବା ବେଳେ ଅନ୍ୟାନ୍ୟ ସମ୍ପର୍କିତ ୧୧ ଗୋଟି ସମସ୍ୟାର ଶୁଣାଣୀ ହୋଇଥିଲା   । ଏହିଭଳି ସମୁଦାୟ ୧୩ ଗୋଟି ସମସ୍ୟାର ସମାଧାନ ଅଭିଯୋଗ ପ୍ରକୋଷ୍ଠରେ  ଶୁଣାଣୀ ହୋଇଯାଇଛି  । ଭଞ୍ଜନଗର ଉପଖଣ୍ଡ ଠାରେ ସମୁଦାୟ ୩୨ ଗୋଟି ଅଭିଯୋଗରୁ ୧୬ ଗୋଟି ପେନସନ୍ ସମ୍ବନ୍ଧୀୟ ସମସ୍ୟାର  ଶୁଣାଣୀ  ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରା କରାଯାଇଥିଲା  ।  ୧୧ ଜଣଙ୍କୁ ତିନି ଚକିଆ ସାଇକେଲ ଏହିଭଳି ୧୬ ଗୋଟି ଉପକରଣ ଆବଣ୍ଟନ କରିଥିଲେ  । ୩୬ ଜଣ ଆଦିବାସୀ ପରିବାରଙ୍କୁ ଜଙ୍ଗଲ ଜମି ପଟ୍ଟାର ସଂଶୋଧିକରଣ କରାଯାଇ ବଣ୍ଟନ କରାଯାଇଥିଲା  । ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତ୍ତା ନିମନ୍ତେ ଅନେକ ଗୁଡିଏ ଆବେଦନର ଶୁଣାଣୀ କରି ସାତ ଦିନ ମଧ୍ୟରେ ଉକ୍ତ ଆବେଦନର ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ଜିଲ୍ଲାପାଳଙ୍କ ଏହି ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ଉପଖଣ୍ଡ ଚିକିତ୍ସା ଅଧିକାରୀ ସୀତାଂଶୁ କୁମାର ଶତପଥୀ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ