ଭଞ୍ଜନଗର ବ୍ଳକରେ “ସୁନେତ୍ର” ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ ପିଲାଙ୍କ ଚକ୍ଷୁ ପରୀକ୍ଷଣ ଶିବିର “ସୁନେତ୍ର” ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମକୁ ଭଞ୍ଜନଗର ବ୍ଳକ ସିନିୟର ବି.ଇ.ଓ ଏସ୍ ଧନଞ୍ଜୟ , ପ୍ରଫେସର କୃତିବାସ ବିଶ୍ବାଳ, ଓଷ୍ଟା ଜିଲ୍ଲା ସଂପାଦକ ବିଜୟ କୁମାର ବେହେରା, ପ୍ରଧାନ ଶିକ୍ଷକ ତଥା ଓଷ୍ଟା ଜିଲ୍ଲା ସଭାପତି ସନ୍ତୋଷ ଜେନା ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ସ୍ଥାନୀୟ ସି.ଆର୍.ସି.ସି ମୋହନ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ମଞ୍ଚାସୀନ ଅତିଥିଗଣ ପିଲାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ ପରେ ଚକ୍ଷୁ ବିଶେଷଜ୍ଞ ଏସ୍. ସୀତାରାମ ଓ ତାଙ୍କ ଟିମ୍ ଙ୍କ ତତ୍ବାବଧାନରେ ବଡକୋଦଣ୍ଡା,ଡୁମାକୁମ୍ପା,ସାନକୋଦଣ୍ଡା କ୍ଳଷ୍ଟରର ପ୍ରାୟ ତିରିଶିରୁ ଉର୍ଦ୍ଧ୍ବ ବିଦ୍ୟାଳୟରୁ ଆସିଥିବା ତିନିଶହ ଆଠ ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ଆବଶ୍ୟକତା ଭିତ୍ତିରେ ପିଲାଙ୍କୁ ଔଷଧ ପ୍ରଦାନ ଓ ଚଷମା ପ୍ରଦାନ ନିମିତ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା କାର୍ଯ୍ୟକ୍ରମକୁ ବି.ଆର୍.ଟି ଅନିଲ ମୁଦୁଲି,ଚିନ୍ମୟ ଦାଶ ପରିଚାଳନା କରିଥିବା ବେଳେ ସି.ଆର୍.ସି.ସି ମୋହନ ସାହୁ, ତ୍ରିନାଥ ବେହେରା,ସନ୍ତୋଷ କୁମାର ସାହୁ ଙ୍କ ସମେତ ବ୍ଳକର ସମସ୍ତ ଆଇ.ଭଲ୍ୟୁଣ୍ଟର ଶିକ୍ଷକ ଶିକ୍ଷୟିତ୍ରୀ,ଗାଇଡ ଟିଚର ତଥା ଜବାହାର ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶେଷରେ ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ