ଭଞ୍ଜନଗର ରେ ଜନତା କର୍ଫ୍ୟୁ କୁ ପାଳନ କରାଯାଇଛି

ଭଞ୍ଜନଗର(ସନ୍ତୋଷ କୁମାର ଜେନା):ସାରା ଭାରତ ରେ ଆଜି ୨୨ ମାର୍ଚ୍ଚ ୨୦୨୦, ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁରୋଧ ଓ ନିର୍ଦେଶ କ୍ରମେ ଜନତା କର୍ଫ୍ୟୁ କୁ ସମସ୍ତ ଜନସାଧାରଣ ସ୍ୱତଃକୃତ ଭାବେ ପାଳନ କରିଥିବା ବେଳେ, ସମଗ୍ର ଭଞ୍ଜନଗର ରେ ମଧ୍ୟ ଏହି ଜନତା କର୍ଫ୍ୟୁ କୁ ପାଳନ କରାଯାଇଛି, ଯାହା ଫଳରେ ଆଜି ସକାଳ ୭ଟା ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭଞ୍ଜନଗର ସହର ସମ୍ପୂର୍ଣ୍ଣ ରୂପେ ଶୂନଶାନ୍ ଦେଖିବାକୁ ମିଳିଛି, ଜିଲ୍ଲା ପ୍ରଶାସନ, ପୋଲିସ ଓ ସମସ୍ତ ଜନସାଧାରଣ ଙ୍କ ସହଯୋଗ ରେ କରୋନା ଭଳି ମାରାତ୍ମକ ଭୂତାଣୁ ଠାରୁ ନିଜକୁ ଦୁରେଇ ରହିବା ସହିତ ଏହି ଅଂଚଳ ରେ ସମସ୍ତ ଜନସାଧାରଣ ସୁସ୍ଥ ରଖିବା ପାଇଁ ସମସ୍ତେ ସଚେତନ ହୋଇଥିବାର ଏକ ଦୃଢ଼ ସଂକଳ୍ପ ର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ