ଭଞ୍ଜନଗର ରୋଟାରୀ କ୍ଲବର “ସମ୍ପୁର୍ଣ୍ଣ ” କାର୍ଯ୍ୟକ୍ରମ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ କରି ଘୁମୁସର ଅଞ୍ଚଳରେ ପ୍ରଶଂସା ସାଉଁଟି ପାରିଥିବା ଭଞ୍ଜନଗର ରୋଟାରୀ କ୍ଲବର ଏକ ବିଶେଷ କାର୍ଯ୍ୟକ୍ରମ “ସମ୍ପୂର୍ଣ୍ଣ ” ଅନୁଷ୍ଠିତ ହୋଇଯାଇଅଛି । ବେଲଗୁଣ୍ଠା ପଟେଲ ରୋଡ଼ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରୋଟାରୀଆନ୍ ଭି.ଦେବୀ ପ୍ରସାଦ ପାତ୍ର ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର ମୁଖ୍ୟ ଅତିଥି, ବେଲଗୁଣ୍ଠା ବ୍ଲକ୍ ଅଧ୍ୟକ୍ଷ ରୋଟାରିଆନ୍ ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ରୋଟାରୀ କ୍ଳବ୍ ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀ, ପୁର୍ବତନ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ରୋଟାରିଆନ୍ ପ୍ରଶାନ୍ତ କୁମାର ସାହୁ, ପୁର୍ବତନ କାଉନସିଲର ଜିତେନ୍ଦ୍ର ସୁବୁଦ୍ଧି ପ୍ରମୁଖ ମଞ୍ଚାସୀନ ଥିଲେ । ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରୋଟାରୀଆନ୍ ଭି.ଦେବୀ ପ୍ରସାଦ ପାତ୍ର ନିଜର ଏକ ବର୍ଷର ସଭାପତି ଦାୟିତ୍ୱ ସମ୍ପୁର୍ଣ୍ଣ କରିଥିବାରୁ ତାଙ୍କ ସଭାପତିତ୍ବ ରେ ଗତ ବର୍ଷ ରୋଟାରୀ କ୍ଲବର ବିଭିନ୍ନ ଜନହିତକର ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ସେ ଶ୍ରୀ ପାତ୍ରଙ୍କ ସଭାପତିତ୍ବ ସମୟରେ ଏହି ସବୁ କାର୍ଯ୍ୟକ୍ରମ ସର୍ବାଧିକ ଥିଲା ବୋଲି ତାଙ୍କ ନେତୃତ୍ଵକୁ ଉପସ୍ଥିତ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ ।ସେ ଜଣେ ନିଷ୍ଠାପର, ନିଃସ୍ୱାର୍ଥପର ବ୍ୟକ୍ତି ବୋଲି ମତବ୍ୟକ୍ତ କରିଥିଲେ । ବିଭିନ୍ନ ସମୟରେ ଶ୍ରୀ ପାତ୍ର କ୍ଲବ୍ ଦ୍ୱାରା ହେଉଛୁ କିମ୍ବା ବ୍ୟକ୍ତିଗତ ଭାବେ ସମାଜ ସେବାକୁ ଜୀବନର ବ୍ରତୀ କରିଥିବାରୁ ଅତିଥି ମାନେ ଶ୍ରୀ ପାତ୍ରଙ୍କ ଚଲାପଥ କୁସୁମିତ ହେବାର ବୋଲି କାମନା କରିବା ସହିତ ବିଦ୍ୟାଳୟର ପରିଚାଳନା କମିଟି ସ୍ୱତନ୍ତ୍ର ଭାବେ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପାତ୍ର ବିଦ୍ୟାଳୟ ର କିଛି ଗରିବ ମେଧାବୀ ଛାତ୍ର ପାଠ୍ୟ ପୁସ୍ତକ ପ୍ରଦାନ କରିବା ସହିତ ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ନିଜ ପିତା ନାଟ୍ୟକାର ସ୍ୱର୍ଗତ ଭି.ବାସୁଦେବ ପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିସରରେ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା “ପିଲା ଟିଏ କୁ ଗଛ ଟିଏ” କାର୍ଯ୍ୟକ୍ରମ କରାଯାଇ ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାମିନି ମହାପାତ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ରୋଟାରିଆନ୍ ସନ୍ତୋଷ ଜେନା,ରୋଟାରିଆନ୍ ରଞ୍ଜିତ ବାରିକ, ପ୍ରକାଶ କୁମାର ଡାକୁଆ, ରବିନ୍ଦ୍ରନାଥ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।