ଭଡା ଘରେ ଇଂଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା
ଭୂବନେଶ୍ୱର: ଭୂବନେଶ୍ୱରର ଏକ ଭଡା ଘରୂ ଜଣେ ଇଂଜିନିୟରିଂ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଯୁବତୀ ଜଣକ ଇଂଜିନିୟରିଂ କଲେଜର ଶେଷ ବର୍ଷ ଛାତ୍ରୀ ବୋଲି ଜଣାପଡିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ପୁରୁଷ ବନ୍ଧୁଙ୍କୁ ଅଟକ ରଖିଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ପୁରୁଷ ବନ୍ଧୁୂ ସହ ମୋବାଇଲରେ କଥା ହେବା ପରେ ଆପାର୍ଟମେଣ୍ଟ ଆଗରେ ଯୁବକ ଜଣକ ଚିତ୍କାର କରିଥିଲେ । ଏହା ପରେ ନିଜର ଓଢଣୀ ବେକରେ ଗୁଡାଇ ଆତ୍ମହତ୍ୟ କରିଥିବା ଜଣାପଡିଛି । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥାଇପାରନ୍ତିି ବୋଲି ପୋଲିସ ଅନୁମାନ କରୁଛି ।