ଭତ୍ତା ଅନିୟମିତତା ରୋକିବା ପାଇଁ ପ୍ରତି ପଞ୍ଚାୟତରେ ଲାଗିିବ ହିତାଧିକାରୀଙ୍କ ତାଲିକା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ବାର୍ଦ୍ଧକ୍ୟ, ବିଦ୍ଧବା ଓ ବିକଳାଙ୍ଗ ଭତ୍ତା ବଣ୍ଟନରେ ବ୍ୟାପକ ଅନିୟମିତତା ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଏଥିରେ ସ୍ୱଚ୍ଛତା ଆଣିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଉପଖଣ୍ଡରେ ଥିବା ତିନୋଟି ବ୍ଲକ, ଓ ପୌରାଞ୍ଚଳକୁ ଚିଠିନଂ-୬୨୦୭ ତା ୧୭/୦୯/୨୦୨୨ରେ ଚିଠି କରି ଭତ୍ତା ତାଲିକା ମଗାଇଛନ୍ତି । ବିଡିଓ ଏବଂ ପୌର ଅଧିକାରୀଙ୍କ ଦ୍ୱାରା ସର୍ବ ସାଧାରଣଙ୍କ ଦୃଷ୍ଟିଗୋଚର ହେବାଭଳି ସ୍ଥାନ ମାନଙ୍କରେ ଯଥା ପଞ୍ଚାୟତ କାର୍ଯ୍ୟାଳୟ ଓ ପୌରାଞ୍ଚଳର ମୁଖ୍ୟ ସ୍ଥାନ ମାନଙ୍କରେ ଭତ୍ତା ହିତାଧିକାରୀଙ୍କ ତାଲିକା ୧୯/୯/୨୦୨୨ରୁ ୨୭/୯/୨୦୨୨ ମଧ୍ୟରେ ପ୍ରକାଶିତ କରିବା ଲାଗି ଚିଠି କରିଛନ୍ତି । ପ୍ରକାଶିତ ଭତ୍ତା ହିତାଧିକାରୀଙ୍କ ତାଲିକା ଉପରେ କୌଣସି ଆପତି ଅଭିଯୋଗ ଥିଲେ ଏ ସମ୍ପର୍କରେ ଅଭିଯୋଗ ବ୍ଲକ, ପୌର କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୧୯/୯/୨୦୨୨ରୁ ୨୭/୯/୨୦୨୨ ମଧ୍ୟରେ ଅଭିଯୋଗ ଦାଖଲ କରିବାକୁ ନିଦେ୍ର୍ଦଶାନାମା ଜାରି ହୋଇଛି । ପ୍ରକାଶିତ ତାଲିକା ଉପରେ ହୋଇଥିବା ଅଭିଯୋଗକୁ ଭିତ୍ତିକରି ଏକ କମିଟି ଗଠନ କରାଯାଇ ୨୭/୦୯/୨୦୨୨ ରୁ ୭/୧୦/୨୦୨୨ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରାଯିବ । ୧୨/୧୦/୨୦୨୨ ମଧ୍ୟରେ ମୃତ, ଭୁତ ହିତାଧିକାରୀଙ୍କୁ ବାଦ ଦିଆଯାଇ ତାଲିକା ପ୍ରସ୍ତୁତି କରାଯିବାକୁ ନିଷ୍ପତି ହୋଇଛି । ଭତ୍ତା ତାଲିକାର ଶୁନ୍ୟସ୍ଥାନକୁ ପୁରଣ କରିବା ପାଇଁ ୧୨/୧୦/୨୦୨୨ ରୁ ୨୧/୧୦/୨୦୨୨ ମଧ୍ୟରେ ନୁଆ ଭତ୍ତା ଆବେଦନକାରୀ ଓ ପୁର୍ବରୁ ଆବେଦନ କରିଥିବା ହିତାଧିକାରୀଙ୍କୁ ଭତ୍ତା ତାଲିକାରେ ଅନ୍ତର୍ଭୁକ୍ତ କରାଯିବାକୁ ବ୍ୟବସ୍ଥା କରାଯାଇଛି । ଉପଜିଲ୍ଲାପାଳଙ୍କ ଏପରି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ