ଭବାନୀପାଟଣା ଠାରେ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି।ନିର୍ବାଚନ ଆୟୋଗ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ନଭେମ୍ବର ୯ ତାରିଖ ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଛି।ନୂତନ ଭୋଟର ପଞ୍ଜିକରଣ ପାଇଁ ଏହି ସମୟ ମଧ୍ୟରେ ନାମ ପଞ୍ଜିକରଣ,ଭୋଟର ତାଲିକାରେ ଥିବା ତଥ୍ୟ ସଂଶୋଧନ, ଆଧାର କାର୍ଡ ସଂଯୋଗଗିକରଣ କରିବାକୁ ଜନ ସଚେତନତା ସୃଷ୍ଟି କରାଯିବ।ଏହି ସମୟ ମଧ୍ୟରେ ସ୍ଵତନ୍ତ୍ର ଶିବିର ଆସନ୍ତା ୧୨.୧୧.୨୦୨୨ ଓ ୧୩.୧୧.୨୦୨୨ ଏବଂ ୨୬.୧୧.୨୦୨୨ ଓ ୨୭.୧୧.୨୦୨୨ ମତଦାନ କେନ୍ଦ୍ର ଗୁଡିକରେ ବୁଥ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ସମସ୍ତ ଆ ପତ୍ତି ଅଭିଯୋଗ ଶୁଣିବେ। ଆପତ୍ତି ଅଭିଯୋଗ ର ଫଇସଲା ପରେ ୨୦୨୩ ଜାନୁଆରୀ ୫ ତାରିଖ ଦିନ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଯଦି ଜଣେ ନାଗରିକ ର ବୟସ ୨୦୨୩ ସୁଦ୍ଧା ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହେଉଥିବ ତାହେଲେ ଜଣେ ଭୋଟର ଭାବେ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ। ବୈଠକରେ ଉପ ଜିଲ୍ଲାପାଳ , ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ବିଭିନ୍ନ ରାଜନୈତିକ ଦଳ କଂଗ୍ରେସ, ବିଜେପି,ବିଜେଡି, ସିପିଆଇଏମର ପ୍ରତିନିଧି,ନିର୍ବାଚନ ଶାଖାର ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଖିଲୋ ଓ କର୍ମଚାରୀ ଉପସ୍ଥିତ ଥିଲେ।