ଭରତପୁର ଗ୍ରାମରେ ଉଜ୍ଜ୍ୱଳ ଆଲୋକକିକରଣ ପ୍ରକଳ୍ପ ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଦଧିବାବନଜୀଉ ମନ୍ଦିର ଛକରେ ଏକ ଉଜ୍ଜ୍ୱଳ ଆଲୋକିକରଣ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉଜ୍ଜ୍ୱଳ ଆଲୋକିକରଣ ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଏହି ଅବସରରେ ବିଡିଓ ଶ୍ରୀ ଦାସ ଭରତପୁର ଗ୍ରାମର ଆରାଧ୍ୟ ପ୍ରଭୁ ଶ୍ରୀ ଦଧିବାବନଜୀଉଙ୍କୁ ଦର୍ଶନ କରି ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ଏହି ଉତ୍ସବରେ ଅତିରିକ୍ତ ବିଡିଓ ଅନିରୁଦ୍ଧ ବେହେରା, ସରପଞ୍ଚ ଜୀନତପ୍ରିୟଦର୍ଶିନୀ ରାଉତ, ନଏବ ସରପଞ୍ଚ ମମତା ମଞ୍ଜରୀ ଦାସ, କଲ୍ୟାଣୀ ମହାମଣ୍ଡଳର ସମ୍ପାଦିକା ରାଜଲକ୍ଷ୍ମୀ ପଣ୍ଡା, ନିରୂପମା ଦାସ, ସମାଜସେବୀ ପ୍ରବୋଧ କୁମାର ଦାସ, ଶିକ୍ଷାବିତ ଅଲେଖ ପ୍ରସାଦ ଦାସ, କୈଳାସ ଚନ୍ଦ୍ର ମହାନ୍ତି, ବିଜୟ କୁମାର ଦାସ, ସୁବୋଧ ଦାସ, ଅରବିନ୍ଦ ମହାନ୍ତି, ବରଦା କାନ୍ତ ଚୈାଧୁରୀ, ଶାରଦା ପ୍ରସନ୍ନ ରାଉତ, ଶକ୍ତି ପ୍ରସାଦ ମହାନ୍ତି ପ୍ରମୁଖ ଭରତପୁର ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ