ଭଲପାଇବାରେ ଲାଗିଲା କଳଙ୍କ, ଭାବି ସ୍ତ୍ରୀର ଯାତନା ସହି ନ ପାରି ମୃତ୍ୟୁ ଘଟିଥିବା ଘଟଣା, ସ୍ତ୍ରୀ ଗିରଫ

ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଗ୍ରାମରେ ତା ୦୪.୦୭.୨୦୨୧ ରିଖ ଘଟିଥିଲା ଏକ ଅଭାବନୀୟ ଘଟଣା ଭାବି ଶଶୁର ଘରକୁ ଶଳାର ଜନ୍ମ ଦିନ ପାଳିବାକୁ ଯାଇଥିଲେ ସଞ୍ଜୟ ହେଲେ ଘରକୁ ଫେରିଥିଲା ତାଙ୍କ ମୃତ ଦେହ । ଉସ୍ତପଦା ଗ୍ରାମର ସଞ୍ଜୟ ନାୟକ (୨୩) କିଛି ବର୍ଷ ଧରି ଲିହାଗୁଡି ଗ୍ରାମର ରଣୀ ପ୍ରଧାନ (୨୦)ଙ୍କ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡି ହୋଇ ଗଢି ଚାଲିଥିଲା । ଯାହାକୁ ନେଇ ରାଣିଙ୍କ ପରିବାରଙ୍କ ମଧ୍ୟରେ ବିବାହ ନାରାଜ ଥିଲେ ବାପା ମା । ଉଭୟ ଦୁହେଁ ଦୁହିଁଙ୍କୁ ବିବାହ ବନ୍ଧରେ ବାନ୍ଧି ହେବା ପାଇଁ ବହୁ ପ୍ରୟାଶ ଜାର ରଖିଥିଲେ । ସଞ୍ଜୟଙ୍କ ପରିବାର ଏହି ଭଲପାଇବା ବିଷୟରେ ଜାଣିବା ପରେ ରାଣିଙ୍କ ପରିବାର ଘରକୁ ଯାଇ ସଞ୍ଜୟଙ୍କୁ ବିବାହ ପାଇଁ ରାଣୀଙ୍କ ପରିବାର ସହ ଆଲୋଚନା କରିଥିଲେ । ବହୁ ବୁଝା ସୁଝା ପରେ ରାଣୀଙ୍କ ପରିବାର ତା ୨୦.୦୬.୨୧ ରିଖ ନିର୍ବନ୍ଧର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସଞ୍ଜୟଙ୍କ ପରିବାର ନିଜ ସମ୍ପର୍କୀୟଙ୍କୁ ନେଇ ରିତିନିତି ଅନୁସାରେ ଲୁଗା, ସୁନା ଆଦି ୩୦ ହଜାରରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରି ରିତିନିତି ଅନୁସାରେ ନିର୍ବନ୍ଧ କାର୍ଯ୍ୟ ସମାପ୍ତ କରି ସେଠାରେ ଖାଦ୍ୟ ଖାଇ ଫେରିଥିଲେ । ହେଲେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଦୁଇ ପରିବାର ମଧ୍ୟରେ ରାଜି ଥିବା ବେଳେ ଡିସେମ୍ବର ୨୦୨୧ ରେ ବିବାହ ହୋଇଥାନ୍ତା କିନ୍ତୁ ତାହା ପୂର୍ବରୁ ଚାଲିଗଲେ ସଞ୍ଜୟ । ହେଲେ ତା ୦୩.୦୭.୨୧ ଭାବ୍ୟ ଶଶୁର ଘରୁ ଆସିଥିଲା ଫୋନ ଭାବ୍ୟ ଶଳାର ଜନ୍ମଦିନ ପାଳନ ପାଇଁ ଡାକରା ସେଠାରେ ସଞ୍ଜୟ ପହଂଚିଥିଲେ । ବେସ ଖୁସିରେ ଜନ୍ମ ଦିନ ପାଳନ ସରିଥିଲା ହେଲେ ରାତିରେ କିଛି କଥା କଟା କଟିକୁ ନେଇ ସଞ୍ଜୟ ଓ ରାଣୀଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖା ଦେଇଥିଲା । ୪ ତାରିଖ ଦିନ ସକାଳୁ ସଞ୍ଜୟକୁ ଅଚେତ ଅବସ୍ଥାରେ କମଳାପୁର ଆୱାରା ମେଡିକାଲକୁ ନେଇଥିଲେ । ସେଠାରୁ ଡାକ୍ତର ଚିକିତ୍ସା ପାଇଁ ମନା କରିବାରୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭାବ୍ୟ ଶାଶୁ, ଦେଢ ଶାଶୁ, ରାଣୀ ଓ ଭାବ୍ୟ ଶାଳୀ ନେଇ ଆସିଥିଲେ ସେଠି ପାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା ପରେ ମୃତ୍ୟୁ ଶରୀରରକୁ ଛାଡି ଚାଲି ଯାଉଥିବା ବେଳେ ସଞ୍ଜୟଙ୍କ ପରିବାର ପହଂଚିବା ପରେ ଭାବ୍ୟ ଶଶୁର ଘର ପରିବାରକୁ ଅଟକ ରଖି ମୋହନା ଥାନାରେ ହତ୍ୟାର ଅଭିଯୋଗ ଲିଖିତ ଭାବେ ଜଣାଇଥିଲେ ସଞ୍ଜୟଘର ପରିବାର ଲୋକେ । ଏହାର ନ୍ୟାୟ ପାଇବା ପାଇଁ ସଞ୍ଜୟ ଘର ପରିବାର ଲୋକେ ତା ୦୨.୦୮.୨୧ ରିଖ ସମୋବାର ଦିନ ବିଡିଓ, ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ ଜଣାଇଥିଲେ । ଅଭିଯୋଗ ଦେବାର କିଛି ଘଂଟା ମଧ୍ୟରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଘଟଣାର ତଦନ୍ତ କରି ଭାବ୍ୟ ସ୍ତ୍ରୀ ରାଣି ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ