ଭସାଣୀରେ ପଶ୍ଚିମ ଓଡ଼ିଶା ବାଦ୍ୟରେ ଦୁଲୁକିଲା ସହର
ରାଇକିଆ, (ପ୍ରଦୀପ ବେହେରା) : ବୁଧବାର ରାଇକିଆ ଠାରେ ଶାରଦୀୟ ମହୋତ୍ସବ ର ଉଦଯାପନୀ ଅନୁଷ୍ଠିତ ହୋଇଯାଇଛି । ଶେଷ ଦିବସ ରେ ଭସାଣୀ ଉତ୍ସବ ରେ ମୂଖ୍ୟ ଆକର୍ଷଣ ସାଜିଥିଲା ପଶ୍ଚିମ ଓଡ଼ିଶା ରୁ ଆସିଥିବା ବାଦ୍ୟ । ଏହାର ତାଳେ ତାଳେ ଝୁମି ଥିଲେ ଲୋକେ । ମହାସପ୍ତମୀରୁ ପୂଜା ପାଉଥିବା ମା’ ଦୁର୍ଗା ମେଢ଼ର ଭସାଣି ଉତ୍ସବ ମହାସମାରୋହ ଶେଷ ହୋଇଛି।ଅଞ୍ଚଳର ବସଷ୍ଟାଣ୍ଡ ନିକଟ ମଣ୍ଡପରୁ ବାହାରି , ବ୍ଲକ୍ ଛକ ,ବେରେଡାକିଆ ଛକ,ଚୂନପଲି ଛକ ଦେଇ ଭସାଣି ଯାଇଥିଲା। କମିଟି ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି। ରିତିନତି ଅନୁଯାୟୀ ଦୀପ, ଧୂପ ,ଘଣ୍ଟ,ବାଜା ବାଜଣା ,ଶଙ୍ଖ ଧ୍ୱନି ମଧ୍ୟରେ ମା’ଙ୍କୁ ଶୋଭାଯାତ୍ରରେ ନିଆଯାଇ ନଦୀରେ ବିସର୍ଜନ କରାଯାଇଛି। ସଭାପତି ସତ୍ୟବାନ୍ ପାତ୍ରାଙ୍କ ନେତୃତ୍ବ ରେ କମିଟି ସମସ୍ତ ସଦସ୍ୟ, ବ୍ୟବସାୟୀ ଏହି ଭସାଣି ଉତ୍ସବ ରେ ସ୍ଥାନୀୟ ଗର୍ଜନ ନଦୀରେ ମୂର୍ତ୍ତି ବିସର୍ଜନ କରାଯାଇଛି। ସେହିପରି ବିଦ୍ୟୁତ ବିଭାଗର ଦୁର୍ଗା ମା’ଙ୍କୁ ମଧ୍ୟ ବିସର୍ଜନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି ।