ଭାଇରାଲ ହେଲା ପ୍ରିୟଙ୍କା ଙ୍କ ନିର୍ବାଚନୀ ରାଲି ଭିଡିଓ ,ଭାଷଣରେ ସମ୍ବୋଧିତ କରିଲେ ଭୁଲ ବାକ୍ୟ
ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ୧୮ ତାରିଖରେ ହେବ । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର କସରତ ଆରମ୍ଭ କରିଦେଇଛନ୍ତି । ରାଜ୍ୟରେ ବିଜେଡି ,ବିଜେପି ,କଂଗ୍ରେସ ତରଫରୁ ଓ ସ୍ୱାଧିନ ପାର୍ଟି ମାନେ ୨୦୧୯ ନିର୍ବାଚନରେ କସରତ ଆରମ୍ଭ କରିଦେଇଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭ୍ରମଣ କରି ପ୍ରଚାର କରୁଥିବା ସମୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନରେନ୍ଦ୍ର ମୋଦି ,ବିଜେପି ରଷ୍ଟ୍ରିୟ ଅଧକ୍ଷ ଅମିତ୍ ଶାହା ,ଯୋଗୀ ଆଦିତ୍ୟନାଥ ଆଦି ବହୁନେତା ଆସି ପ୍ରଚାର ଆରମ୍ଭ କରିଛନ୍ତି । ସେହିପରି କଂଗ୍ରେସ ତରଫରୁ ସୋନିଆ ଗାନ୍ଧୀ ,ପ୍ରିୟଙ୍କା ଗାନ୍ଧୀ ,କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ,ଆଦି ପ୍ରଚାର ରେ ଜୋର ସୋର ଲାଗିଛନ୍ତି । କିନ୍ତ ୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଫତେହରପୁର ଠାରେ ଏକ ସମ୍ବୋଧିତ କରି ତାଙ୍କ ପାଟିରୁ ବାହାରି ପଡିଥିବା ପଦ ଚାରିଆଡେ ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆରେ ଏ ମୋବାଇଲରୁ ସେ ମୋବାଇଲ ଘୁରୀ ବୁଲୁଛି । ରାଲିରେ ପ୍ରିୟଙ୍କା କଂଗ୍ରେସ ର ନିର୍ବାଚନ ଇସ୍ତାହାର ବିସୟରେ ଆଲୋଚନା କରି ବହୁ ଯୋଜନା ରହିଛି ବୋଲି କହିବା ବେଳେ ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ ଯୋଗାଇଦେବା କଥା ସେ କହିବା ପରିବର୍ତ୍ତେ ସ୍ୱାସ୍ଥ ଯୋଗାଇଦେବ ବୋଲି କହିପକାଇଥିଲେ । ଏହା ପରେ ପ୍ରିୟଙ୍କା ଗାନ୍ଧୀ ହାସ୍ୟସ୍ପଦ ମୁହଁରେ ଚାଲାକର ସହିତ କହିଲେ ସ୍ୱାସ୍ଥ ଯୋଗା ଯିବନି । ସ୍ୱାସ୍ଥ ଯୋଗାଇ ଦିଆଯିବ । ସ୍ୱାସ୍ଥ ଯଦି ମିଳିଥାଏ ତେବେ ଆହୁରୀ ଭଲ ବୋଲି କହିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଟାର୍ଗେଟ କରି କହିଥିଲେ । ମୋଦୀ ସରକାର ମିଛ ପ୍ରତିଶ୍ରୃୁତି ଦେଉଥିବାର ଦେଖିବାକୁ ମିଳିଛି ବୋଲି କୁହାଯାଉଛି ।


