ଭାଉଜକୁ ଦିଅର ଆକ୍ରମଣ ଅଭିଯୋଗ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌) : ବୁଗୁଡା ଉପଖଣ୍ଡ ଗୋଲାବଞ୍ଜରରେ ଦିଅର ଭାଉଜକୁ ମାଡମାରି ଟଣା ଓଟରା କରିଥିବା ଭାଉଜ ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ଖବର ଅନୁଯାୟୀ ଗତକାଲି ରାତି ୧୦ ଟା ସମୟରେ ଗୋଳାବଞ୍ଚର ରମେଶ ନାଇକ ଭାଉଜ ସଞ୍ଜୁ ନାଇକଙ୍କୁ ଟଙ୍କା ମାଗିଥିଲେ ।ଏହା ପରେ ସଞ୍ଜୁ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରମେଶ ଭାଉଜଙ୍କୁ ଟଙ୍କା ଓଟରା କରିବା ସହ ଆକ୍ରମଣ କରିଥିବା ବୁଗୁଡା ଥାନାରେ ଅଭିଯୋଗ କରିଛନ୍ତି ସଂଞ୍ଜୁ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତଜାରୀ ରହିଥିବା ଥାନାଅଧିକାରୀ ନିରଞ୍ଜନ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ