ବିଧାୟକଙ୍କ ଦ୍ୱାରା ମହୁଲପଙ୍ଖା-କୁରାଢ଼ିଘସା ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ

ହାଟଡିହି, ,(ଯୁଗାବ୍ଦ ନ୍ୟୁଜ୍‌) :, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ମହୁଲପଙ୍ଖା- କୁରାଢ଼ିଘସା ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଯୋଜନାରେ ଏକକୋଟି ୦୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅନୁଷ୍ଠିତ ହେବାକୁ ଥିବା ଏହି ରାସ୍ତା ଦ୍ୱାରା ପଢ଼ିଆରିପଲ୍ଲୀ ପଞ୍ଚାୟତ ସହିତ ବାଲେଶ୍ୱର ଜିଲ୍ଲାର ଲୋକମାନେ ଯାତାୟାତ କ୍ଷେତ୍ରରେ ସୁବିଧା ପାଇ ପାରିବେ । ବିଧାୟକ ଶ୍ରୀଯୁକ୍ତ ସେଠୀ ଏଥିଲାଗି ନଡିଆଭାଙ୍ଗି ଶୁଭ ପସ୍ଥର ସ୍ଥାପନ କରିଥିଲେ । ଏହି ଉତ୍ସବରେ ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ କୁମାର ସେଠୀ, ସରପଞ୍ଚ ନିରୁପମା ପାତ୍ର, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ଆର.ଡି ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ସୁବଳ କୁମାର ପଣ୍ଡା, ଯନ୍ତ୍ରୀ ଦାଶରଥି ସେଠୀ ପ୍ରମୁଖ ଯୋଗଦେଇ ତୁରନ୍ତ କିପରି ନିର୍ମାଣ କାର୍ଯ୍ୟ ଶେଷ ହେବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟ ନାୟକ, ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ମୁନା ସାମଲ, ସୁଜିତ ସେଠୀ, ପରମେଶ୍ୱର ମଲ୍ଲିକ, ଗୌରାଙ୍ଗ ରଣା, ପ୍ରଦୀପ ଜେନା, ପ୍ରେମାନନ୍ଦ ମଲ୍ଲିକ, ଅଲେଖ ବେହେରା, ପବିତ୍ର ମୋହନ ପେଡା, ସୋମନାଥ ଦାସ, ରାଜେନ୍ଦ୍ର ପାତ୍ର, ଆନନ୍ଦ ଚନ୍ଦ୍ର ରାଉତ, ହୁରିଆ ସାହୁ, ବଳରାମ ଗିରି, ଗୋଲଖ ରାଉତ, ବିକ୍ରମ ବାହାଦୁର ଛେତ୍ରି, ଅଜାମ୍ବିଳ ବେହେରା, ଶିବ ବେହେରା, ମୁରଲୀ ସାହୁଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ