ଭାଗବତପୁର ପଂଚାୟତରେ ପ୍ରଚାର ଶେଷ, ଫଳକୁ ଅପେକ୍ଷା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତ ଉପନିର୍ବାଚନରେ ପ୍ରଚାର କାର୍ଯ୍ୟ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି । ଏହି ପ୍ରଚାର ଅବସରରେ ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ସଙ୍ଗମ ସାମଲଙ୍କୁ ଜିତାଇବା ପାଇଁ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ରାତିଦିନ ଏକ କରି ପ୍ରଚାର କାର୍ଯ୍ୟ ଓ ପଂଚାୟତର ବିଭିନ୍ନ ସ୍ଥାନରେ ବୈଠକ ଗୁଡିକରେ ଯୋଗଦେଇ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳଙ୍କ ନେତୃତ୍ୱରେ ସେହି ପଂଚାୟତର ସମିତି ସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ, ଜିଲ୍ଲା ବିଜେଡି ମହିଳା ସଭାପତି ସ୍ନେହପ୍ରଭା ତ୍ରିପାଠୀ, ବଗଡା ସରପଂଚ ନିରୂପମା ପ୍ରଧାନ, କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି, କୁତରଙ୍ଗ ସରପଂଚ ସିତାସୁନ୍ଦରୀ ମଲ୍ଲିକ, ଜମଧର ସରପଂଚ ସୀସମା ଦାସ, ଚାରିଗାଁ ସମିତି ସଭ୍ୟ ହେମନ୍ତ ମଲ୍ଲିକ, ଆୟବା ସମିତି ସଭ୍ୟ ମନୋରଞ୍ଜନ ଦାସ, ଇନ୍ଦୁପୁର ସମିତି ସଭ୍ୟ ସନ୍ତୋଷ ବେହେରା, ଧୂମାତ ସରପଂଚ ନରହରି ପାଣି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ସର୍ବେଶ୍ୱର ମଲ୍ଲିକ, ହରିପଦ ବେହେରା, ଭରତପୁର ସମିତି ସଭ୍ୟ ହେମନ୍ତ ବିଶ୍ୱାଳ, କେଶପୁର ସରପଂଚ ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ), ପ୍ରମୋଦ ପ୍ରଧାନ, ଅଭିମନ୍ୟୁ ମହାନ୍ତି, କଳାକାର ମଲ୍ଲିକ, ସିରାଜ ଖାଁ, ନରହରି ଲେଙ୍କା, ସୁଧିର ରଞ୍ଜନ ଦାସ, ଶକ୍ତିକାନ୍ତ ପାତ୍ର, ମୀନତି ପରିଡା, ଶରତ ସାମଲ, ଜ୍ଞାନରଞ୍ଜନ ଜେନା, ସେକ ଗୋଫ୍ରାନ, ନୁର ଖାନ, ଜିତେନ୍ଦ୍ର ପ୍ରସାଦ ପାଗଳ, ମନୋଜ ରଣା, ସତ୍ୟରଞ୍ଜନ ରାଉତ, ବିଶ୍ୱରଞ୍ଜନ ଜେନା ପ୍ରମୁଖ ପ୍ରାର୍ଥୀ ସଂଗମ କେଶରୀ ସାମଲଙ୍କୁ ସାଙ୍ଗରେ ଧରି ଘରକୁ ଘର ବୁଲି ପ୍ରଚାର ଜୋରଦାର ଚଳାଇଥିବାର ଦେଖାଯାଇଥିଲା ।