ଭାଗବତପୁର ପଂଚାୟତର ପୂର୍ବତନ ସରପଂଚ ଚିତ୍ତରଞ୍ଜ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଭାଗବତପୁର ପଂଚାୟତର ପୂର୍ବତନ ସରପଂଚ ସୂର୍ଗତ ଚିତ୍ତରଞ୍ଜନ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଭାଗବତପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସରପଂଚ ଧରଣୀଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ,ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସ୍ୱାଇଁ,କଦମପଡା ଗ୍ରାମର ମାନସରଞ୍ଜନ ଦାସ,ବରିଷ୍ଠ ନାଗରିକ ଦେବକୀ ନନ୍ଦନ ମିଶ୍ର ପ୍ରମୁଖ ଯୋଗଦେଇ ସାମାଜିକ ଦୂରତା ରକ୍ଷା କରି ସୂର୍ଗତ ବେହେରାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରଥମେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଅମେର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ସ୍ମୃତିସଭାରେ କେତେକ ଫ୍ୱାର୍ଡ ସଭ୍ୟସଭ୍ୟା ଓ ସ୍ୱେଛାସେବୀ ମଧ୍ୟ ଯୋଗଦେଇ ସୂର୍ଗତ ବେହେରାଙ୍କ ସ୍ମୃତିଚାରଣ କରିଥିଲେ ।