ଭାଜପା ଓ କଂଗ୍ରେସର କର୍ମୀ ସମ୍ମିଳନୀ ଆରମ୍ଭ, ବିଜେଡି ନିରବ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ଜଗତସିହପୁର ତିର୍ତ୍ତୋଲ ଉପ ନିର୍ବାଚନ ନିମନ୍ତେ କୌଣସି ଦଳର ପ୍ରାର୍ଥୀ ଘୋଷଣା ହୋଇନଥିଲେବି ଭିଜପା ଓ କଂଗ୍ରେସ କର୍ମୀ ସମାବେଶ ଆରମ୍ଭ କରିଛି। ରବିବାର ତେନ୍ତୁଳିପଦା ପଞ୍ଚାୟତ ଆବୁଆ ବଟ ପୀଠରେ ଭାଜପାର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟ ଦଳ ପରିତ୍ୟାଗ କରି ୨୦ରୁ ଅଧିକ ଭାଜପାରେ ଯୋଗଦେଇଥିଲେ। ଉପସ୍ଥିତ ନେତା ମାନେ ସେମାନଙ୍କୁ ଦଳିୟ ଉତ୍ତରୀୟ ଓ ଫୁଲ ତୋଡା ଦେଇ ଦଳକୁ ସ୍ବାଗତ କରିଥିଲେ। ଏଥିରେ ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ଜିଲା ପ୍ରଭାରୀ ପୂର୍ବତନ ବିଧାୟକ ଅଲେଖ ଚରଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଦୁର୍ଯ୍ୟଧନ ସାହୁ, ଜିଲା ସମ୍ପାଦକ ବିଜୟ ଦାଶ, ବରିଷ୍ଠ ନେତା ଇଂ ହରିହର ବେହେରା, ଜିଲା କୃଷକ ମୋର୍ଚ୍ଚା ସଭାପତି ତପନ ବେହେରା, ଜିଲାପରିଷଦ ପ୍ରାର୍ଥି ଶିବ ପ୍ରସାଦ ସାହୁ, ଯୁବ ମୋର୍ଚା ସଭାପତି କ୍ଷିତିଶ ଦାଶ, ଅଶୋକ ଦାଶ, ଯୁବ ମଣ୍ଡଳ ସଭାପତି ଅକ୍ଷୟ ରାଉତ, ରୁପକ ଖୁଣ୍ଟିଆ, ସାଗର ଦାସ, ତ୍ରିନାଥ ବାରିକ, ପଞ୍ଚାୟତ ପ୍ରମୁଖ ସରୋଜ ମହାନ୍ତି, ସହ ପ୍ରମୁଖ ହିମାଂଶୁ ଲେଙ୍କା, ଉପ ସଭାପତି ବାଶ୍ବଜିତ ଦାସ, କୈଳାସ ଦାଶ ପ୍ରମୁଖ ଯୋଗଦେଇଥିଲେ।କଂଗ୍ରେସ ତରଫରୁ ଏକ କର୍ମୀ ସମ୍ମିଳନୀ ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଠାରେ ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା ଏଥିରେ ବ୍ଲକ ସଭାପତି ଅକ୍ଷୟ ଦାସ ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ଭାବରେ ଜଟଣିର ବିଧାୟକ ସୁରେଶ ରାଉତରାୟ ଯୋଗଦେଇ ଉପସ୍ଥିତ କର୍ମୀ ମାନଙ୍କୁ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇ ଏକାଠି ହୋଇ କାର୍ଯ୍ୟକଲେ ଦଳ ଏଠାରୁ ନିଶ୍ଚୟ ବିଜୟ ହେବ ବୋଲି କହିଥିଲେ। ଏଥିରେ ରାଜ୍ୟ ଯୁବ ସଭାପତି ସ୍ମତି ରଞ୍ଜନ ଲେଙ୍କା, ଯୁବନେତା ଇଂ ହିମାଂଶୁ ଶେଖର ମଲ୍ଲିକ, ପିସିସି ମୁଖପାତ୍ର ନାରାୟଣ ଜେନା, ଦେବ ପ୍ରସାଦ ନାୟକ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ଯୁବ ସଭାପତି ବେଦଦ୍ୟୁତି ପୃଷ୍ଟି, ଆଇନଜୀଵୀ ବୈଷ୍ଣବ ଚରଣ ଦାସ, ସଞ୍ଜୟ ମହାନ୍ତି, ପୂର୍ବତନ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ଦେଇଥିଲେ।