ଭାରତରତ୍ନ ଜେଆରଡି ଟାଟାଙ୍କ ୧୧୮ତମ ଜନ୍ମବାର୍ଷିକୀ ପାଳିତ

ଯୋଡ଼ା, (ଓ୍ବାଇଏନ୍ଏସ୍) : ଟାଟାଷ୍ଟିଲ ପକ୍ଷରୁ ଭାରତରତ୍ନ ଜେଆରଡି ଟାଟାଙ୍କ ୧୧୮ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଦେଶରେ କୋଭିଡ଼ ରୋଗୀଙ୍କ ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣକରି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଇଥିଲା । ପ୍ରାରମ୍ଭରେ ଟାଟାଷ୍ଟିଲ ଯୋଡ଼ା ମୁଖ୍ୟ ସରୋଜ କୁମାର ବାନାର୍ଜୀଙ୍କ ସହିତ ଟାଟାଷ୍ଟିଲର ଅନ୍ୟ ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଜେସିଓ କାର୍ଯ୍ୟାଳୟରେ ଏହି କିମ୍ବଦନ୍ତୀ ପୁରୁଷ ତଥା ଭାରତୀୟ ବିମାନ ଚଳାଚଳ ଜଗତର ଜନକଙ୍କୁ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଯୋଡ଼ା ପୂର୍ବ ଲୌହଖଣି, ଖଣ୍ଡବନ୍ଧ, ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସ, ବିଚ୍ଚା କୁଣ୍ଡି ଏବଂ ଯୋଡ଼ା ଫେରୋ ଆଲୟେଜ୍‌ କାରଖାନାରେ ସମାନ ଶ୍ରଦ୍ଧାଞ୍ଜଳିସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଟାଟାଷ୍ଟିଲ ଯୋଡ଼ା ହସ୍ପିଟାଲରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଟାଟାଷ୍ଟିଲ ଯୋଡ଼ା ହସ୍ପିଟାଲର ଭାରପ୍ରାପ୍ତ ମୁଖ୍ୟଚିକିତ୍ସା ଅଧିକାରୀ ଡଃ ସୁଚିସ୍ମିତା ଦାସ, ବରିଷ୍ଠ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାର ଗନ୍ଧଲ ପଡ଼ାଖଣିରେ ୩୦୦ ଚାରାରୋପଣ କରାଯାଇଥିଲା ।ଏଥିସହିତ ‘ବାହ୍ୟନେତୃତ୍ୱ କାର୍ଯ୍ୟକ୍ରମ’ ଅନ୍ତର୍ଗତ ଚଳିତ ସପ୍ତାହର ପ୍ରାରମ୍ଭରେ ଜାମସେଦପୁରର ଯାତ୍ରାରେ ନିଆଯାଇଥିବା ସ୍ଥାନୀୟ ଅଞ୍ଚଳର ୩୦ ଜଣ ଯୁବକଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ଜେଆରଡି ଟାଟାଙ୍କ ଜନ୍ମବାର୍ଷିକୀ ଅବସରରେ କମ୍ପାନୀର ସମସ୍ତ କାର୍ଯ୍ୟକ୍ଷେତ୍ରରେ ୱାକଥନ୍‌, ବୃକ୍ଷରୋପଣ, ଛାତ୍ରଛାତ୍ରୀଙ୍କ ପାଇଁକୁଇଜ୍ ଓ ଆଲୋଚନାଚକ୍ର ଭଳି ବିଭିନ୍ନ କାର୍ଯ୍ୟକ୍ରମାନ ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ